ଓଡିଶା

odisha

ETV Bharat / bharat

ଜାଣନ୍ତୁ, ସମାଜରେ କେଉଁ ଶିଶୁ ସର୍ବଦା ଅପମାନିତ ହୋଇଥାନ୍ତି ?

ଶିଶୁଙ୍କ ମାନସିକତା କିମ୍ବା କ୍ଷମତାକୁ ନଜାଣି ସେମାନଙ୍କ ଉପରେ ବିଭିନ୍ନ ଚାପ ପକାଇବା ଏକ ଅପରାଧ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମାଜରେ ମିଶିପାରୁନଥିବା ଶିଶୁଙ୍କୁ ଅପମାନ କରିବା ଫଳରେ ସେମାନେ ଏକ ମାନସିକ ରୋଗରେ ପିଡିତ ହୋଇଥାନ୍ତି । ଅନ୍ୟର ଅପମାନର ଶିକାର ହୋଇଥାନ୍ତି । ନଚେତ ନିଜେ ଅପରାଧ କରିଥାନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 4, 2019, 2:21 AM IST

Updated : Aug 4, 2019, 2:39 AM IST


ହାଇଦ୍ରାବାଦ: ଅନେକ ଶିଶୁ ସ୍ବଳ୍ପ ବୟସରୁ ହିଁ ମାନସିକ ଚାପରେ ରହିଥାନ୍ତି । ଏପରିକି କମ ବୟସ ଶିଶୁମାନଙ୍କୁ ସମାଜର ପ୍ରତିଯୋଗିତା ଦୌଡରେ ଆଗରେ ରହିବାକୁ ଚାପ ପକାଇଥାନ୍ତି ପରିବାରଲୋକ । ହସିବା ଖେଳିବା ବୟସରେ ଅତ୍ୟଧିକ ଚାପ କାରଣରୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଦେଖିବାକୁ ମିଳେ । ଫଳରେ ସେମାନେ ବାହାର ଲୋକଙ୍କ ସହ ଭଲରେ ମିଶିପାରନ୍ତି ନାହିଁ ।


ଅନେକ ‘Autism’ନାମକ ଏକ ମାନସିକ ରୋଗରେ ପିଡିତ ହୋଇଥାଆନ୍ତି । ଫଳରେ ସମାଜରେ ମିଶିବା ପାଇଁ ସେମାନଙ୍କୁ ଡର ଲାଗେ ଓ ଉଭୟ ଘରେ- ସ୍କୁଲରେ ସେମାନଙ୍କୁ ହଇରାଣ କରାଯାଇଥାଏ । ନ୍ୟୁୟର୍କ ୟୁନିଭର୍ସିଟି ଏନେଇ ଏକ ରିସର୍ଚ୍ଚ କରିଥିଲା । ୟୁନିଭର୍ସିଟି ପାଖାପାଖି 8 ହଜାର ପିଲାଙ୍କୁ ନେଇ ରିସର୍ଚ୍ଚ କରିଥିଲା । ସେଥିମଧ୍ୟରୁ 250ରୁ ଅଧିକ ଶିଶୁଙ୍କ ମଧ୍ୟରେ Autism ସମସ୍ୟା ଦେଖିବାକୁ ମିଳିଥିଲା ।


ଏହି ପ୍ରକାର ଶିଶୁ ସାଧାରଣତଃ ସମ୍ପର୍କିୟ ଓ ସାଙ୍ଗ ମାନଙ୍କ ଦ୍ବାରା ଅପମାନିତ କରାଯାଇଥାଏ । ତେବେ ରିସର୍ଚ୍ଚରେ ସେମାନଙ୍କୁ କିଛି ପ୍ରଶ୍ନ କରାଯାଇଥିଲା । ଯଥା କିପରି ସେମାନେ ଏହାକୁ ସାମ୍ନା କରୁଛନ୍ତି ? କେତେ ମାତ୍ରାରେ ବିଚଳିତ ହେଉଛନ୍ତି ? ସେମାନେ ଶିକାର ହେଉଛନ୍ତି ନା ନିଜେ ଅନ୍ୟକୁ ହଇରାଣ କରୁଛନ୍ତି ? ଏପରି କିଛି ପ୍ରଶ୍ନ କରାଯାଇଥିଲା । ରିସର୍ଚ୍ଚରୁ ଜଣାପଡିଥିଲା ଯେ, 11 ବର୍ଷର ଦୁଇ ତୃତୀୟାଂଶ ଶିଶୁ Autismର ଶିକାର ହୋଇଥାଆନ୍ତି । ସେମାନଙ୍କ ମଧ୍ୟରୁ ଅନେକ ସମ୍ପର୍କିୟ ମାନଙ୍କ ଦ୍ବାରା ଅପମାନିତ ହୋଇଥାନ୍ତି । ଅଳ୍ପ କିଛି ଏହି ରୋଗରେ ପିଡିତ ହୋଇନଥାନ୍ତି ମାତ୍ର ସମାଜ ସହ ମିଶିବାକୁ ପସନ୍ଦ କରନ୍ତି ନାହିଁ ।


ଅପମାନିତ କରିବା କିମ୍ବା ହଇରାଣ କରିବା ବୟସ ସହିତ କମି କମି ଯାଇଥାଏ । ଏହି ରୋଗରେ କେତେକ ହଇରାଣ ହରକତର ଶିକାର ହୋଇଥାନ୍ତି । ଅନ୍ୟ କେତେକ ନିଜେ ଭୁଲ କାର୍ଯ୍ୟ କରିଥାନ୍ତି । ୟୁନିଭର୍ସିଟିର ଲେଖକଙ୍କ ମତରେ Autism ସାଧାରଣତଃ ଯୋଗାଯୋଗ କରିବାରେ ବାଧକ ସୃଷ୍ଟି କରେ । ପିତା-ମାତା ମୁଖ୍ୟତଃ ଶିଶୁଙ୍କୁ ସମ୍ପର୍କିୟଙ୍କ ସହ ପ୍ରତିଯୋଗିତା କରିବାକୁ ବାଧ୍ୟ କରିଥାନ୍ତି । ଅନ୍ୟଠାରୁ ଆଗକୁ ଯିବା ପାଇଁ ଚାପ ପକାଇଥାଆନ୍ତି । କେତେକ କ୍ଷେତ୍ରରେ ଶିଶୁର ମାନସିକତା ବିଷୟରେ ଜାଣିବାକୁ ଚେଷ୍ଟା କରିନଥାନ୍ତି କିମ୍ବା ସେଥି ପ୍ରତି ଧ୍ୟାନ ଯାଇନଥାଏ । ତେବେ ଶିଶୁଙ୍କ ମଧ୍ୟରେ Autism ରୋଗର ନିରାକରଣ କରିବା ପାଇଁ ହେଲେ ପ୍ରଥମେ ପିତା-ମାତାଙ୍କୁ ଧ୍ୟାନ ଦେବା ଆବଶ୍ୟକ । ଛୋଟ ବୟସରୁ ପ୍ରତିଯୋଗିତା ଦୌଡରେ ନ' ଦୈଡାଇ ସେମାନଙ୍କ ମାନସିକତା ଜାଣିବା ଜରୁରୀ । ଶିଶୁଙ୍କ କ୍ଷମତା ବିଷୟରେ ପ୍ରଥମେ ଅବଗତ ହେବା ମଧ୍ୟ ଜରୁରୀ ।

Last Updated : Aug 4, 2019, 2:39 AM IST

ABOUT THE AUTHOR

...view details