ଓଡିଶା

odisha

ETV Bharat / bharat

‘ପରୀକ୍ଷା ଭଲ ହୋଇଛି, ରେଜଲ୍ଟ ପାଇଁ ରେଡ୍ଡି’

ଏକଜିଟ ପୋଲକୁ ନେଇ ବିଭିନ୍ନ ଦଳର ହେଭିୱେଟ ନିଜ ନିଜର ମତ ରଖୁଥିବା ବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଚଳିତ ବର୍ଷର ନିର୍ବାଚନ ଭଲ ହୋଇଛି । ଏହାର ଫଳାଫଳ ବି ଆଶାନୂତିତ ଭଲ ଆସିବ ।

By

Published : May 21, 2019, 12:01 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଭୋପାଳ: ସାରା ଦେଶର ଏବେ ନଜର ମେ 23 ନିର୍ବାଚନ ଫଳାଫଳ ଉପରେ । ନିର୍ବାଚନ ସରୁ ସରୁ ଆରମ୍ଭ ହୋଇଛି ଏକଜିଟ ପୋଲର ଆକଳନ । କିଏ ଜିତିବ କିଏ ହାରିବ ସେନେଇ ଅଙ୍କକଷା ଜୋରଦାର ହୋଇଥିବା ବେଳେ ପ୍ରତିଟି ଦଳର ହାର୍ଟବିଟ ଏବେ ବଢିବାରେ ଲାଗିଛି । କାରଣ ଚଳିତ ବର୍ଷର ନିର୍ବାଚନ ହୋଇଛି କାଣ୍ଟେ କି ଟକ୍କର ପରି । କିଏ ସରକାରୀ ବିରୋଧୀ ହାୱା ଦେଇଛି ତ ଆଉ କିଏ ବିରୋଧୀ ବିଗତ ଦିନରେ କଣ କରିଛନ୍ତି ତାର ହିସାବ ମାଗିଛନ୍ତି । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ହେବା ସହ କିଏ ହେବ ଟପ୍ପର ଆଉ କିଏ ଫେଲ ମାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

କେବଳ ଏତିକି ନୁହେଁ, ଏକଜିଟ ପୋଲକୁ ନେଇ ବିଭିନ୍ନ ଦଳର ହେଭିୱେଟ ନିଜ ନିଜର ମତ ରଖୁଥିବା ବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଚଳିତ ବର୍ଷର ନିର୍ବାଚନ ଭଲ ହୋଇଛି । ଏହାର ଫଳାଫଳ ବି ଆଶାନୂରୁପ ଭଲ ଆସିବ ।

ତେବେ ସବୁଠାରୁ ବଡ କଥା ହେଲା ଏକଜିଟ ପୋଲର ଆକଳନ ହୁଏତ କିଛି ମାତ୍ରାରେ ସତ ହୋଇପାରେ ନହେଲେ ମିଛ ବି ସାବ୍ୟସ୍ତ ହୋଇପାରେ । ହେଲେ ଦେଶର ଅଧିକାଂଶ ନ୍ୟୁଜ ସଂସ୍ଥା ଏନଡିଏକୁ ବହୁମତ ମିଳିବା ନେଇ ଆକଳନ କରିବା ପରେ ଏବେ ଟେନସନରେ କଂଗ୍ରେସ । ମାତ୍ର ଏକଜିଟ ପୋଲ ସଠିକ ହେବ ନାହିଁ ବୋଲି ବିଭିନ୍ନ ମହଲରୁ ମଧ୍ୟ ପ୍ରତିକ୍ରିୟା ମିଳୁଛି ।

ଅନ୍ୟପଟେ କଂଗ୍ରେସର ଏହି ଟେନସନକୁ ଟିକିଏ ରିଲାକ୍ସ କରିବାକୁ କଂଗ୍ରେସ ପାଖରେ ଅଛି ତିନୋଟି ରାଜ୍ୟର ବିଧାନସଭା ଫଳାଫଳର ସଞ୍ଜିବନୀ । କାରଣ ପୂର୍ବ ବିଧାନସଭା ନିର୍ବାଚନରେ କଂଗ୍ରେସ ଯେଭଳି ବିଜେପିକୁ ଧରାଶାୟୀ କରି ଫର୍ମକୁ ଫେରିଥିଲା ସେମିତି କିଛି ଚମତ୍କାରିତା ଉପରେ ବି ଦଳୀୟ ନେତା ଭରସା କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ନିର୍ବାଚନ ପୂର୍ବରୁ ଦଳ କିପରି ହୋମଟାସ୍କ କରିଥିଲା ଆଉ କିଭଳି ତୟାରି କରିଥିଲା ଯାହାର ଫଳାଫଳ ଆଉ ମାତ୍ର ଗୋଟିଏ ଦିନ ପରେ ସାରା ଦେଶ ଜାଣିବ।

ABOUT THE AUTHOR

...view details