ଓଡିଶା

odisha

ETV Bharat / bharat

ଫଡନାଭିସଙ୍କ ଶପଥ ଗ୍ରହଣ ଆକ୍ସିଡେଣ୍ଟାଲ: ସଞ୍ଜୟ ରାଉତ - ଦେବେନ୍ଦ୍ର ଫଡନାଭିସ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେଇସାରିଛନ୍ତି। ହେଲେ ଏହି ଶପଥ ଗ୍ରହଣ ଆକ୍ସିଡେଣ୍ଟାଲ ବୋଲି ଟ୍ବିଟ କରି କହିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ।

ଫଡନାଭିସଙ୍କ ଶପଥ ଗ୍ରହଣ ଆକ୍ସିଡେଣ୍ଟାଲ...ସଞ୍ଜୟ ରାଉତ

By

Published : Nov 24, 2019, 12:14 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଛି ମହାନାଟକ। ଏହି ନାଟକରେ ଭରିରହିଛି ଫୁଲ୍ ସସପେନ୍ସ।ଏହା ବର୍ତ୍ତମାନ ଦେଶର ରାଜନୀତି କ୍ଷେତ୍ରରେ ଏକ ରୋଚକ ଓ ରୋମାଞ୍ଚକ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ନାଟକର ବିଷୟବସ୍ତୁ ଲେଖା ସରି ନାୟକ ସ୍ଥିର ସାରିଥିବା ବେଳେ ରାତିଭିତରେ ବଦଳିଯାଉଛି ସବୁକିଛି।ପଲିଟିକ୍ସ,ପାୱାର,ପୋଜିସନ ଓ ପୈସା ପାଇଁ ମୁଖିଆଙ୍କଠୁ ଆରମ୍ଭ କରି ବିଧାୟକ ଗୋଟିଏ ଦଳରୁ ଅନ୍ୟ ଦଳକୁ ଲମ୍ପ ମାରୁଛନ୍ତି। ଏପଟେ ଏନସିପିର କିଛି ବିଧାୟକ ନିଖୋଜ ହେବାର ସଦ୍ୟତମ ଖବର ସାମ୍ନାକୁ ଆସିଛି।

ତେବେ ବର୍ତ୍ତମାନ ପରିସ୍ଥିତିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେଇସାରିଛନ୍ତି। ଆଉ ବିଜେପିକୁ ସମର୍ଥନ ଦେଇଥିବା ଏନସିପି ଦୁଇଫାଳ ହୋଇସାରିଛି। ମଝିଦରିଆରେ ରହିଯାଇଛି ଶିବସେନା। ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଶିବସେନାର ସଞ୍ଜୟ ରାଉତ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି। ଫଡନାଭିସଙ୍କ ଏହି ଶପଥ ଗ୍ରହଣ ଆକ୍ସିଡେଣ୍ଟାଲ ବୋଲି ଟ୍ବିଟ କରିଛନ୍ତି ଶିବସେନାର ଏହି ବରିଷ୍ଠ ନେତା।

ଫଡନାଭିସଙ୍କ ଶପଥ ଗ୍ରହଣ ଆକ୍ସିଡେଣ୍ଟାଲ...ସଞ୍ଜୟ ରାଉତ

ଶନିବାର ସକାଳ 5.47ରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନକୁ ଉଠାଇନିଆଯାଇଥିଲା। ଏହାପରେ ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ କରାଇବା ସହ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।

ବର୍ତ୍ତମାନ ମହାରାଷ୍ଟ୍ରର ଚାଲିଥିବା ମହାଡ୍ରାମା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ନୂଆ ସରକାରର ଶପଥ ଗ୍ରହଣ ବିରୋଧରେ ଏନସିପି, ଶିବସେନା ଓ କଂଗ୍ରେସ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ଆଦେଶକୁ ରଦ୍ଧ କରିବା ପାଇଁ ତିନି ଦଳ ଆବେଦନ କରିଛନ୍ତି । ଏ ମାମଲାରେ ଆଜି ସୁପ୍ରିମକୋର୍ଟରେ ଦିନ ସାଢେ 11ଟାରେ ଶୁଣାଣି ହେବ।

ABOUT THE AUTHOR

...view details