ଓଡିଶା

odisha

ETV Bharat / bharat

ଦେଢଟଙ୍କାରେ ଗୋବର କିଣିବେ ଛତିଶଗଡ ସରକାର, କ୍ୟାବିନେଟରେ ନିଆଯିବ ନିଷ୍ପତ୍ତି

ଛତିଶଗଡରେ କୃଷକ ଏବଂ ପଶୁପାଳକଙ୍କ ପାଇଁ ଗୋଧନ ନ୍ୟାୟ ଯୋଜନା ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ..

ବାଘେଲ ସରକାର ଗୋଧନ ନ୍ୟାୟ ଯୋଜନା ନେଇ କ୍ୟାବିନଟରେ ହେବ ଚୂଡାନ୍ତ ନିଷ୍ପତ୍ତି
ବାଘେଲ ସରକାର ଗୋଧନ ନ୍ୟାୟ ଯୋଜନା ନେଇ କ୍ୟାବିନଟରେ ହେବ ଚୂଡାନ୍ତ ନିଷ୍ପତ୍ତି

By

Published : Jul 5, 2020, 4:32 PM IST

Updated : Jul 5, 2020, 6:43 PM IST

ରାୟପୁର: ଛତିଶଗଡ ସରକାର କେଜି ପ୍ରତି ଦେଢ ଟଙ୍କାରେ ଗୋବର କିଣିବାକୁ ଯାଉଛନ୍ତି। ଏହି ସମ୍ପର୍କରେ ରାଜ୍ୟ କ୍ୟାବିନେଟ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ମନ୍ତ୍ରୀ କମିଟି ଗୋବର ହାର ନିର୍ଣ୍ଣୟ କରିବାକୁ ପରାମର୍ଶ ଦେଇଛନ୍ତି।

ଗୋଧନ ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ, ବର୍ମି କମ୍ପୋଷ୍ଟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବା ଲକ୍ଷ୍ୟରେ ଗୋଧନ ନ୍ୟାୟ ଯୋଜନାର ଶୁଭାରମ୍ଭ ହରେଲି ପର୍ବରୁ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ କୃଷକ ଏବଂ ପଶୁପାଳକଙ୍କ ଠାରୁ ନିର୍ଦ୍ଦିଷ୍ଟ ଦରରେ ଗୋବର କ୍ରୟ କରାଯିବ। ଯାହାଦ୍ବାରା ବହୁ ପରିମାଣରେ କମ୍ପୋଷ୍ଟ ସାର ଉତ୍ପାଦନ କରାଯିବ । ତେବେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କିଛି ଦିନ ପୂର୍ବରୁ ଗୋଧନ ନ୍ୟାୟ ଯୋଜନା ଘୋଷଣା କରିଥିଲେ।

କୃଷକ ଏବଂ ପଶୁପାଳନ ଚାଷୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ବୋଲି ସେ ଦାବି କରିଛନ୍ତି। ଯେଉଁଥିରେ ଗୋବର କିଣିବାକୁ ମଧ୍ୟ କୁହାଯାଇଥିଲା। ଏହା ପରେ ମନ୍ତ୍ରୀଙ୍କ ଏକ କମିଟି ଗଠନ କରାଯାଇ ଗୋବର ଦର ନିର୍ଣ୍ଣୟ କରିବାକୁ କୁହାଯାଇଥିଲା। ବର୍ତ୍ତମାନ କମିଟି ଦେଢ ଟଙ୍କାରେ ଗୋବର କିଣିବାକୁ ପରାମର୍ଶ ଦେଇଛି। ବିଜ ଭବନରେ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ଉପ-କମିଟିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜଙ୍ଗଲ ମନ୍ତ୍ରୀ ମହମ୍ମଦ ଅକବର, ସମବାୟ ମନ୍ତ୍ରୀ ଡ. ପ୍ରେମସାଇ ସିଂ ଟେକାମ, ନଗର ପ୍ରଶାସନ ମନ୍ତ୍ରୀ ଡକ୍ଟର ଶିବକୁମାର ଡହରିଆ ଏହି ବୈଠକରେ ଯୋଗ ଦେଇଥିଲେ।

Last Updated : Jul 5, 2020, 6:43 PM IST

ABOUT THE AUTHOR

...view details