ଛତିଶଗଡ: ଲାଲଗଡରେ ତାଣ୍ଡବ ରଚିଛନ୍ତି ମାଓବାଦୀ । ଛତିଶଗଡ ସୀମାନ୍ତ ଧାନ୍ତେରୀ ସେଲିଘାଟ ଅଞ୍ଚଳରେ ଜାରି ରହିଛି ମାଓବାଦୀ ଓ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ ସିଆରଫିଏଫ୍ ଯବାନ ମୃତ ଓ 2 ଜଣ ଆହତ ହୋଇଛନ୍ତି । ତେବେ ଏହି ଗୁଳି ବିନିମୟରେ ମାଓ ଶିବିରରେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।
ମାଓ ଆକ୍ରମଣରେ ଯବାନ ଶହୀଦ
ଛତିଶଗଡରେ ସୁରକ୍ଷାବଳ ଓ ମାଓବାଦୀ ମୁହାଁମୁହିଁ । ଏଥିରେ ଜଣେ ସିଆରଫିଏଫ୍ ଯବାନ ମୃତ ଓ 2 ଜଣ ଆହତ ହୋଇଛନ୍ତି । ଏହି ଗୁଳି ବିନିମୟରେ ମାଓ ଶିବିରରେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।
ଫାଇଲ ଫଟୋ
ମିଳିଥିବା ସୂଚନା ଅନୁସାରେ, ଘଟଣା ପରେ 211 ବାଟାଲିଆନ ପାଟ୍ରୋଲିଂ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏହା ସହ ଆହତ ଯବାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି । ତେବେ ସାଧାରଣ ନିର୍ବାଚନକୁ ହାତ ଗଣତି କେତୋଟି ଦିନ ବାକି ରହିଥିବା ବେଳେ ମାଓବାଦୀଙ୍କ ଏପରି ହିଂସାକାଣ୍ଡ ମାହୋଲ ସରଗରମ କରି ରଖିଛି ।
ପୂର୍ବରୁ ଗୁରୁବାର ଛତିଶଗଡ କାଙ୍କେରରେ ସୁରକ୍ଷାବଳ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏହି ଏନକାଉଣ୍ଟରରେ 4 ବିଏସଏଫ ଯବାନ ଶହୀଦ ଓ 2 ଗୁରୁତର ହୋଇଛନ୍ତି ।