ନୂଆଦିଲ୍ଲୀ: ଚେନ୍ନାଇ ଏୟାର କଷ୍ଟମ ବିଭାଗ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରୁ 2ଟି ପାର୍ସଲ ଜବତ କରିଛି । ଏହାସହ 5210 MDMA ବଟିକା ଏବଂ 100 ଗ୍ରାମ MDMA କ୍ରିସ୍ଟାଲ ଏବଂ ଗୋଟିଏ ଗ୍ରାମ ମେଟାକ୍ୱାଲୋନ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ 1 କୋଟି 65 ଲକ୍ଷ ଟଙ୍କା ରହିଛି ।
ଦିଲ୍ଲୀର କଷ୍ଟମ ମୁଖପାତ୍ର ଦେଇଥିବା ସୂଚନା ଅନୁଯାୟୀ, ବେଲଜିୟମରୁ ଏକ ପାର୍ସଲ ଖୋଲିବା ପରେ ପାର୍ସଲରୁ 4060 MDMA ବଟିକା ଜବତ କରାଯାଇଥିଲା । ଯାହାର ମୂଲ୍ୟ ଏକ କୋଟି 20 ଲକ୍ଷ ଟଙ୍କା ବୋଲି କୁହାଯାଉଛି ।
ଏଥି ସହିତ, ଯେତେବେଳେ କଷ୍ଟମ୍ସ ଅଧିକାରୀମାନେ ପାର୍ସଲରେ ଲେଖାଯାଇଥିବା ଠିକଣା ଅନୁସନ୍ଧାନ କରିଥିଲେ, ଏହା ଏକ ନକଲି ଠିକଣା ବୋଲି ଜଣାପଡିଛି ।