ନୂଆଦିଲ୍ଲୀ: ମାରାତ୍ମକ କୋରୋନାକୁ ବ୍ୟାପକ ପ୍ରସାରରୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଛି । ମହାମାରୀ କୋରୋନାକୁ ନେଇ ଛତିଶଗଡ ସରକାର 31 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟକୁ ଲକ୍ଡାଉନ୍ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଘୋଷଣା କରିଛନ୍ତି ।
ମାର୍ଚ୍ଚ 31 ଯାଏଁ ଛତିଶଗଡ ଲକ୍ଡାଉନ୍ - କୋରୋନା ଭାଇରସ ନ୍ୟୁଜ
ମହାମାରୀ କୋରୋନାକୁ ରୋକିବାକୁ ନେଇ ଛତିଶଗଡ ସରକାର 31 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍ଡାଉନ୍ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
ମହାମାରୀ କୋରୋନାର ମୁକାବିଲା ପାଇଁ ଛତିଶଗଡ ସରକାର ନେଇଥିବା ମୁଖ୍ୟ ବିଷୟ ହେଲା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ କରାଯାଇଛି । ଜରୁରୀକାଳୀନ ସେବା ବ୍ୟତୀତ ମେଡିକାଲ, ଔଷଧ ଦୋକାନ, ଅଗ୍ନିଶମ ବିଭାଗ, ରାଶନ ସାମଗ୍ରୀ ଦୋକନ ଖୋଲା ରହିବ । ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ବ୍ୟବସ୍ଥା କରାଯିବ । ପୂର୍ବରୁ ରଜ୍ୟର ସମସ୍ତ ସ୍କୁଲ କଲେଜ ସିନେମା ହଲ, ଜିମ, ସାଧାରଣ ସେବା ଗୁଡିକୁ ବନ୍ଦ କରାଯାଇଛି । ଏହି ସମୟରେ ସମସ୍ତ ସହରାଞ୍ଚଳର ବସସେବା ବନ୍ଦ କରାଯାଇଛି । ଛତିଶଗଡରେ କେବଳ ଜଣେ ମାତ୍ର କୋରୋନା ସଂକ୍ରମିତ ବ୍ୟକ୍ତିକୁ ଚିହ୍ନଟ କରାଯାଇଛି ।
ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସର ଆକ୍ରାନ୍ତଙ୍କ ସଂଖ୍ୟା 341ବୃଦ୍ଧି ପାଇଛି । 7 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସାରା ବିଶ୍ବରେ କୋରୋନା ଭାଇରସର ପ୍ରଭାବରେ ବିଭିନ୍ନ ବିକଶିତ ରାଷ୍ଟ୍ରମାନଙ୍କରେ ପ୍ରଭାବ ପଡିଛି । ଚୀନରେ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ବରେ 13000 ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।