ରାୟପୁର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏନଏମଡିସି ପ୍ରକଳ୍ପର ଖଣି ଲିଜ ଅବଧି ବୃଦ୍ଧି କରିବେ ଛତିଶଗଡ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ଏନଏମଡିସି ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବୈଜେନ୍ଦ୍ର କୁମାରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଏନଏମଡିସି ପ୍ରକଳ୍ପର ଲିଜ ଅବଧି ବୃଦ୍ଧି ନେଇ ଜାତୀୟ ଖଣିଜ ସମ୍ପଦ ବିକାଶ ପରିଷଦ (NMDC) ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ। ଏହାର ଲିଜ ଅବଧି ମାର୍ଚ୍ଚ 2020ରେ ଶେଷ ହେଉଥିବା ଏହାକୁ ଆଗକୁ ବୃଦ୍ଧି କରାଯିବ।
ଛତିଶଗଡ ସରକାର ବୃଦ୍ଧି କରିବେ ଏନଏମଡିସି ପ୍ରକଳ୍ପର ଖଣି ଲିଜ ଅବଧି - ହୀରା ଖଣିର ପର୍ଯ୍ୟବେକ୍ଷଣ
ଛତିଶଗଡ ସରକାର ରାଜ୍ୟରେ କାର୍ଯ୍ୟକାରୀ ଏନଏମଡିସି ପ୍ରକଳ୍ପର ଖଣି ଲିଜ ଅବଧି ବୃଦ୍ଧି କରିବେ। ଏହି ଖଣିର ଲିଜ ଅବଧି ଆସନ୍ତା 2020ରେ ଶେଷ ହେଉଛି।
ଫଟୋ ସୌଜନ୍ୟ : ଫାଇଲ ଫଟୋ
ଶୁକ୍ରବାର ଥିଲା ଏନଏମଡିସି ପ୍ରକଳ୍ପର ପ୍ରତିଷ୍ଠା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଘେଲ ଘୋଷଣା କରିଛନ୍ତି ଯେ ଏନଏମଡିସି ଓ ଛତିଶଗଡ ଖଣିଜ ସମ୍ପଦ ବିକାଶ ପରିଷଦ (CMDC) ମିଳିତ ଭାବରେ ରାଜ୍ୟର ମହାସମୁନ୍ଦ ଜିଲ୍ଲାର ସରାଇପାଲ୍ଲୀ ତହସିଲରେ ହୀରା ଖଣିର ପର୍ଯ୍ୟବେକ୍ଷଣ କରିବେ। 1200 କୋଟିର ବାସଗୃହ ପ୍ରକଳ୍ପ ଏନଏମଡିସିର ନଗରନାର ଷ୍ଟିଲ ପ୍ଲାଣ୍ଟରେ ଛତିଶଗଡ ଗୃହନିର୍ମାଣ ବୋର୍ଡ ନିର୍ମାଣ କରିବ । ଏହି ଅବସରରେ ଏନଏମଡିସି ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ରାଜ୍ୟ ସରକାରଙ୍କୁ ଦାବି ଅନୁସାରେ ଖଣି ଖନନ ବାବଦକୁ 600 କୋଟି ପ୍ରଦାନ କରାଯିବ।