ରାଜକୋଟ: ଭୋକିଲାଙ୍କୁ ଆହାର ଯୋଗାଇବ 'ରୋଟି ବ୍ୟାଙ୍କ' । ପୂର୍ବରୁ କେତେକ ସ୍ବେଚ୍ଛାସେବୀ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଲୋକଙ୍କୁ ସହାୟତା କରିଥାନ୍ତି । ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ବିପତ୍ତି ସମୟରେ ଆଗେଇ ଆସିଥାନ୍ତି । କିନ୍ତୁ ଏବେ ଏପରି ଏକ ସଙ୍ଗଠନ ଯିଏ ଭୋକିଲା ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ଆରମ୍ଭ କରିଛି ରୋଟି ବ୍ୟାଙ୍କ । ଏହି ସ୍ବେଚ୍ଛାସେବୀ ସଙ୍ଗଠନର ନାମ ହେଉଛି ଶ୍ରୀ ବୋଲବାଲା । ଏହି ସଂସ୍ଥା ରାଜକୋଟର କରାଯାଇଥିବା ବେଳେ ଭୋକ ମେଣ୍ଟାଇବା ପାଇଁ ଅନାଇବସିଥିବା ଲୋକଙ୍କ ସାହାଯ୍ୟ କରିବାକୁ ସବୁ ସ୍ଥାନକୁ ଧାଇଁ ଆସୁଛନ୍ତି ।
ଖବର ଅନୁଯାୟୀ, ରୋଟି ବ୍ୟାଙ୍କର ଏହି ପ୍ରୟାସ କିଛିମାସ ପୂର୍ବରୁ ଆରମ୍ଭ ହୋଇଛି । ଏହାକୁ ଆଗକୁ ବଢାଇବାକୁ ହାତ ବଢାଇଛନ୍ତି ଅଟୋ ରିକ୍ସା ଡ୍ରାଇଭର । ଯେଉଁମାନେ କି ପ୍ରତ୍ୟେକ ଦିନ ରୋଟି ପାଇଁ ସଂଗ୍ରାମ କରି ଦିନରାତିକୁ ଏକ କରି ଗାଡି ଚଳାଉଛନ୍ତି । ଏହି ବ୍ୟାଙ୍କ ସର୍ବପ୍ରଥମେ ଘରେ ପ୍ରସ୍ତୁତ ରୋଟିକୁ ସଂଗ୍ରହ କରି ଭୋକିଲାମାନଙ୍କୁ ବିଭିନ୍ନ ସ୍ଥାନରେ ବିତରଣ କରିବା ସହ ମେଡିକାଲମାନଙ୍କରେ ରୋଗୀମାନଙ୍କୁ ଦେଇଥାନ୍ତି ।