ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ମାମଲାରେ ଗିରଫ ହେବାର 6 ମାସ ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏହି ସପ୍ତାହରେ ନିଲମ୍ବିତ ଡିଏସପି ଦେବେନ୍ଦ୍ର ସିଂଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ପ୍ରସ୍ତୁତ ଅଛି। ଏହି ପରିପ୍ରେକ୍ଷୀରେ ଦେବେନ୍ଦ୍ର ସିଂଙ୍କ ବ୍ୟତୀତ ଆଉ 5 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯିବ। ଦକ୍ଷିଣ କାଶ୍ମୀରର କୁଲଗାମର ଡିଏସପି ଦେବେନ୍ଦ୍ର ସିଂଙ୍କ ସହ ହିଜବୁଲ ଆତଙ୍କବାଦୀ ସୈୟଦ ନବିଦ, ରଫି ଅହମ୍ମଦ ଏବଂ ଆଇନ ଛାତ୍ର ଇରଫାନ ସଫି ମୀରଙ୍କୁ ଗିରଫ କରାଯାଇଥିଲା।
ଦେବେନ୍ଦ୍ର ସିଂ 11 ଜାନୁୟାରୀ 2019ରେ ଜମ୍ମୁ-ଶ୍ରୀନଗର ରାଜପଥରେ ଜମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଧରାପଡିଥିଲେ। ସେ ଯେଉଁ କାରରେ ଯାଉଥିଲେ, ସେଥିରେ ଉକ୍ତ 2 ଜଣ ଆତଙ୍କବାଦୀ ଓ ଜେଣ ଆଇନ ଛାତ୍ର ଥିଲେ । ସୂଚନା ରହିଛି ଯ, ଦେବେନ୍ଦ୍ର ସିଂ ଏହି 3 ଜଣଙ୍କୁ ସୁରକ୍ଷା ବାହିନୀଙ୍କ ଆଖି ଆଢୁଆଳରୁ ରକ୍ଷା କରି କାଶ୍ମୀରରୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଚେଷ୍ଟା କରୁଥିଲେ। ଏହାର ପ୍ରତିବଦଳରେ ତାଙ୍କୁ ଆତଙ୍କବାଦୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିବାର ଥିଲା। ଦେବେନ୍ଦ୍ର ସିଂ କିଛି ଦିନ ପରେ ଏସପି ହେବାକୁ ଯାଉଥିଲେ । ହେଲେ ଏପରି କାର୍ଯ୍ୟ ପାଇଁ ସେ ଜମ୍ମୁ କାଶ୍ମୀର ପୋଲିସ ହାତରେ ଧରାପଡି ଚାକିରିରୁ ନିଲମ୍ବିତ ହୋଇଥିଲେ। ଏହି ଘଣଟାର ସପ୍ତାହ ପରେ ଏନଆଇଏ ଏହାର ତଦନ୍ତ କରିଥିଲା।
ଏହି ଘଟଣାରେ ନବୀଦଙ୍କ ଭାଇ ଇରଫାନ ମୁସ୍ତାଫା ହେଉଛି 5ମ ଅଭିଯୁକ୍ତ। ତାକୁ 23 ଜାନୁଆରୀରେ ଗିରଫ କରାଯାଇଥିଲା। ଏହି ମାମଲାରେ କ୍ରସ ଏଲଓସି ଟ୍ରେଡର ପୂର୍ବତନ ଅଧ୍ୟକ୍ଷ ତନବୀର ଅହମ୍ମଦ ବାନିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ବାନି ହିଜବୁଲ ଆତଙ୍କବାଦୀ ନବୀଦକୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି।