ଓଡିଶା

odisha

ETV Bharat / bharat

ଖୁବଶୀଘ୍ର ଆରମ୍ଭ ହୋଇପାରେ ଚାରିଧାମ ଯାତ୍ରା, କେନ୍ଦ୍ର ଅନୁମତିକୁ ଅପେକ୍ଷା - Chardham Yatra may begin soon

ଚାରିଧାମର ଯାତ୍ରା କରିବାକୁ ଇଚ୍ଛା କରୁଥିବା ଭକ୍ତମାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ଆପଣ ଚାରିଧାମ ଯାତ୍ରା ପାଇଁ ଅନୁମତି ପାଇପାରିବେ । ଅଧିକ ପଢନ୍ତୁ...

ଖୁବଶୀଘ୍ର ମିଳିପାରେ ଚାରଧାମ ଯାତ୍ରା ଅନୁମତି, କେନ୍ଦ୍ର ଅନୁମତିକୁ ଅପେକ୍ଷା
ଖୁବଶୀଘ୍ର ମିଳିପାରେ ଚାରଧାମ ଯାତ୍ରା ଅନୁମତି, କେନ୍ଦ୍ର ଅନୁମତିକୁ ଅପେକ୍ଷା

By

Published : May 30, 2020, 12:10 PM IST

Updated : May 30, 2020, 12:50 PM IST

ଡେରାଡୁନ: କୋରୋନା ଭାଇରସ କାରଣରୁ ବନ୍ଦ ରହିଛି ଚାରିଧାମ ଯାତ୍ରା । ତେବେ ଖୁବ ଶୀଘ୍ର ଚାରିଧାମ ଯାତ୍ରା ପାଇଁ ମିଳିପାରେ ଅନୁମତି । ବର୍ତ୍ତମାନ ଉତ୍ତରାଖଣ୍ଡ ସରକାର କେନ୍ଦ୍ର ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ପାଇବା ମାତ୍ରେ ଭକ୍ତମାନଙ୍କୁ ଚାରିଧାମ ଯାତ୍ରା କରିବାକୁ ଅନୁମତି ଦିଆଯିବ। ତେବେ ରାଜ୍ୟରେ କୋଭିଡ-19ର ସ୍ଥିତିକୁ ବିଚାରକୁ ନେଇ କେବଳ ସୀମିତ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ।

ସୂଚନାମୁତାବକ, ଶୁକ୍ରବାର ଯେତେବେଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ପଚରାଯାଇଥିଲା ଯେ, କର୍ଣ୍ଣାଟକ ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ଏବଂ ଏଥି ସହ ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିବା ନେଇ ଆଶଙ୍କା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ସରକାର ଚାରିଧାମ ଯାତ୍ରାର ଦର୍ଶନକୁ ଅନୁମତି ଦେଇ ପାରିବେ କି? ଏହି ପ୍ରଶ୍ନର ଉତ୍ତର ଦେଇ ସିଏମ କହିଛନ୍ତି ଯେ, ରାଜ୍ୟକୁ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡିବ। କିନ୍ତୁ, ଯଦି ଏହି ନିଷ୍ପତ୍ତି ରାଜ୍ୟ ଉପରକୁ ଛାଡି ଦିଆଯାଏ, ତେବେ ସୀମିତ ସଂଖ୍ୟକ ଯାତ୍ରୀଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇପାରିବ।

ଲକଡାଉନ 4.0ର ସଫଳତାର ସହ ଶେଷ ହେବାକୁ ଯାଉଥିବାବେଳେ, ଲକଡାଉନ 5.0କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉତ୍ତରାଖଣ୍ଡ ସରକାର ଲକଡାଉନ 5.0 ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ସ୍ଥିର କରିବା ପୂର୍ବରୁ ଲକଡାଉନ 4.0ର ସମୀକ୍ଷା କରାଯାଉଛି । ତେବେ 4ର୍ଥ ପର୍ଯ୍ୟାୟ ଲକଡାଉନ ସମୟରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ଉତ୍ତରାଖଣ୍ଡ ସରକାରଙ୍କ ଆକଳନ ଅନୁଯାୟୀ, ମାର୍ଚ୍ଚ 22ରେ, ରାଜ୍ୟରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ମାତ୍ର 153 ଥିବାବେଳେ ମେ 28ରେ ଏହି ସଂକ୍ରମଣରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା 500 ଅତିକ୍ରମ କରିଛି।

ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ 5.0ରେ କିଛି କଡା ନିଷ୍ପତ୍ତି ନେବାକୁ ଉତ୍ତରାଖଣ୍ଡ ସରକାର ସଙ୍କେତ ଦେଇଛନ୍ତି । ତ୍ରିବେନ୍ଦ୍ର ସିଂ କହିଛନ୍ତି ଯେ, ଲକଡାଉନ ପର୍ଯ୍ୟାୟ 3 ଏବଂ 4ରେ ପ୍ରବାସୀମାନଙ୍କ ମାଧ୍ୟମରେ କୋରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ, କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସବୁ ପ୍ରକାର ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ଅଛନ୍ତି। ଯଦି ଆବଶ୍ୟକ ହୁଏ, ସରକାର ଲକଡାଉନ 5.0ରେ କିଛି ନୂତନ ଏବଂ କଠୋର ନିଷ୍ପତ୍ତି ମଧ୍ୟ ନେଇପାରନ୍ତି ।

ସିଏମ ଆହୁରି କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କୁ ଆଣିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ସମସ୍ତ ରାଜ୍ୟରୁ ବସ ଏବଂ ଟ୍ରେନ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଅନ୍ୟ ରାଜ୍ୟରୁ କେତେ ଲୋକ ଫେରିପାରିବେ ତାହା ଆକଳନ କରିବା କଷ୍ଟକର । ଏବେ ସୁଦ୍ଧା 2 ଲକ୍ଷରୁ ଅଧିକ ଲୋକ ଉତ୍ତରାଖଣ୍ଡ ଫେରିଛନ୍ତି ।

Last Updated : May 30, 2020, 12:50 PM IST

ABOUT THE AUTHOR

...view details