ଓଡିଶା

odisha

ETV Bharat / bharat

ଆଜିଠାରୁ ଆରମ୍ଭ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା

ଶୀତ ଦିନରେ ଭାରି ତୁଷାରପାତ ଯୋଗୁଁ ଚାରି ଧାମର କବାଟ ପ୍ରତିବର୍ଷ ଅକ୍ଟୋବର- ନଭେମ୍ବର ମାସରେ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ବନ୍ଦ କରି ଦିଆଯାଏ । ପୁଣି ଶୀତମାସର ସମାପ୍ତି ପରେ ଏପ୍ରିଲ-ମେ ମାସ ମଧ୍ୟରେ ପୁଣି ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଖୋଲି ଦିଆଯାଇଥାଏ । ତେବେ ହିନ୍ଦୁମାନେ ତାଙ୍କ ଜୀବନ ମଧ୍ୟରେ ଚାରିଧାମ ଯାତ୍ରା କରିବାର ଇଚ୍ଛା ରଖିଥାନ୍ତି ।

By

Published : May 7, 2019, 8:20 AM IST

ଡିଜାଇନ ଫଟୋ

ଡେରାଡୁନ: ପବିତ୍ର ଅକ୍ଷୟ ତୃତୀୟା ଦିନ ଅର୍ଥାତ୍‌ ଆଜି(ମଙ୍ଗଳବାର) ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିରର କବାଟ ଖୋଲାଯିବ । ଏଥିସହ ଉତ୍ତରାଖଣ୍ଡ ସ୍ଥିତ ଚାରିଧାମର ଯାତ୍ରା ଆରମ୍ଭ କରିବେ ଶ୍ରଦ୍ଧାଳୁମାନେ । ସେହିପରି ବାବା କେଦାରନାଥଙ୍କ ମନ୍ଦିରର କବାଟ 10ମେରେ ଖୋଲାଯିବ । ବଦ୍ରୀନାଥ ଧାମକ କବାଟ 9ମେରେ ଖୋଲାଯିବ ।

ତେବେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଅବସ୍ଥିତ ଗଙ୍ଗୋତ୍ରୀ ମନ୍ଦିରର କବାଟ ମଙ୍ଗଳବାର ସକାଳ 11ଟା30ରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ଖୋଲା ଯିବ । ସେହିପରି ଯମୁନୋତ୍ରୀ ମନ୍ଦିରର କବାଟ ମଙ୍ଗଳବାର ଦିନ ରୋହିଣୀ ନକ୍ଷତ୍ର ସମୟରେ ଦିନ 1ଟା15ରେ ଖେଲାଯିବ ।

ଏଥିସହ ଚାରିଧାମ ଯାତ୍ରା ନିମନ୍ତେ ଦେଶ ବିଦେଶରୁ ଆସିଥିବା ସମସ୍ତ ଯାତ୍ରୀଙ୍କ ସ୍ବାଗତ କରଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ । ଏଥିସହ ସେ କହିଛନ୍ତି ଯେ, ଚାରିଧାମ ଯାମ ଯାତ୍ରା ନିମନ୍ତେ ଆସିଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ସୁଖ- ସୁବିଧା ଓ ସୁରକ୍ଷାର ସମ୍ପର୍ଣ୍ଣ ରୂପେ ଗୁରୁତ୍ବ ଦିଆଯିବ ।

ସେହିପରି ପ୍ରଦେଶର ପର୍ଯ୍ୟଟନ ସଚିବ ଦିଲ୍ଲୀପ ଜାଓ୍ବଲକର କହିଛନ୍ତି ଯେ, ବାବା କେଦାରନାଥ ଧାମରେ ତୁଷାରପାତ ହେଉଛି । ତଥାପି କେଦାରନାଥ ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଉଛି । କବାଟ ଖୋଲିବା ପୂର୍ବ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯିବ । ଏଥିସହ କେଦାରନାଥ ଧାମରେ ପ୍ରାୟ 3000 ଯାତ୍ରୀଙ୍କ ରହଣୀ ନିମନ୍ତେ ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details