ଓଡିଶା

odisha

ETV Bharat / bharat

ଛଠ ପର୍ବ: ଚନ୍ଦ୍ରଯାନ-2ରେ ବିରାଜିଛନ୍ତି ସୂର୍ଯ୍ୟ ଭଗବାନ

ପଡୋଶୀ ଝାଡଖଣ୍ଡର ଧନବାଦର ସମସ୍ତ ସ୍ଥାନରେ ଛଠ ପୂଜାକୁ ନେଇ ଉତ୍ସାହ ଦେଖାଯାଇଛି । ଅନେକ ଘାଟରେ ସୂର୍ଯ୍ୟ ପ୍ରତିମା ପ୍ରସ୍ତୁତ କରାଯାଇ ବ୍ରତଧାରୀଙ୍କ ଦ୍ବାରା ପୂଜାପାଠ କରାଯାଉଛି। ତେବେ ଧନବାଦରେ କିଛି ଭିନ୍ନ ଢଙ୍ଗରେ ପାଳନ କରାଯାଉଛି ଛଠ ପର୍ବ। ଅଧିକ ପଢନ୍ତୁ...

By

Published : Nov 2, 2019, 9:31 PM IST

Updated : Nov 2, 2019, 11:57 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାଞ୍ଚି: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଦ୍ବାରା ଚନ୍ଦ୍ରଯାନ-2ର ପରୀକ୍ଷଣ କରାଯାଇଥିଲା । ଏଥିରେ ବୈଜ୍ଞାନିକଙ୍କୁ ପୂର୍ଣ୍ଣ ସଫଳତା ମିଲିନଥିଲା ସତ, କିନ୍ତୁ ଦେଶରେ ଲୋକେ, ନିଜର ଦେଶର ବୈଜ୍ଞାନିକଙ୍କ ଏହି ସଫଳତାକୁ ଭୂରିଭୂରି ପ୍ରଂଶସା କରିଥିଲେ। ତେବେ ଚନ୍ଦ୍ରଯାନ-2ର ଝଲକ ଛଠ ପୂଜା ଅବସରରେ ଦେଖିବାକୁ ମିଳିଛି।

ଝାଡଖଣ୍ଡ ଧନବାଦର ବାଘମାରାର ଭୀମକେନାଲ ଚୌଧୁରୀ ପୋଖରୀ କୂଳରେ ଆସ୍ଥା ଓ ବିଶ୍ବାସର ମହାନ ପର୍ବ ଛଠ ପୂଜାରେ ଚନ୍ଦ୍ରଯାନ-2 ଆକାରରେ ଏକ ପୂଜା ପେଣ୍ଡାଲ ପ୍ରସ୍ତୁତ କରାଯାଇଛି । ଏଥିରେ ତ୍ରୀରଙ୍ଗା ମଧ୍ୟ ଲଗାଯାଇଛି । ଯେଉଁଥିରେ ସୂର୍ଯ୍ୟଙ୍କର ପ୍ରତିମା ରଖାଯାଇ ବ୍ରତଧାରୀ ପୂଜାର୍ଚ୍ଚନା କରୁଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଉକ୍ତ ଅଞ୍ଚଳର ଲୋକେ ଏଭଳି ପେଣ୍ଡାଲକୁ ସ୍ବାଗତ କରିଛନ୍ତି। ପୋଖରୀ ନିକଟରେ ବ୍ରତଧାରୀଙ୍କୁ କୌଣସି ଅସୁବିଧା ନହେଉ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଭୀମକେନାଲ ଛଠ କମିଟିର ସଦସ୍ୟ କହିଛନ୍ତି ଯେ, ଚନ୍ଦ୍ରଯାନ-2ର ପେଣ୍ଡାଲ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ହେଉଛି ଇସ୍ରୋ ବୈଜ୍ଞାନିକଙ୍କ ମନୋବଳକୁ ଦୃଢ କରିବା।

Last Updated : Nov 2, 2019, 11:57 PM IST

ABOUT THE AUTHOR

...view details