ଓଡିଶା

odisha

ETV Bharat / bharat

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି: ଆଜି 12 ଘଣ୍ଟା ଅନଶନରେ ବସିବେ ଚନ୍ଦ୍ରବାବୁ ନାଇଡ଼ୁ - Hunger Strike

ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବା ପ୍ରତିବାଦରେ ଆଜି 12 ଘଣ୍ଟିଆ ଅନଶନରେ ବସିବେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ।

ଡିଜାଇନ ଫଟୋ

By

Published : Feb 11, 2019, 8:06 AM IST

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖିଆ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଆଜି ଜାତୀୟ ରାଜଧାନୀରେ 12 ଘଣ୍ଟା ଅନଶନ ଧାରଣାରେ ବସିବେ । ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଏବଂ 2014ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ରାଜ୍ୟକୁ ଦିଆଯାଇଥିବା ପ୍ରତିଶ୍ରୁତିର ପୂରଣ ଦାବିରେ ଏହି ଧାରଣା ଦେବାକୁ ଯାଉଛନ୍ତି ନାଇଡ଼ୁ ।

ଆଜି ସକାଳ 8ଟାରୁ ରାତି 8ଟା ଯାଏଁ ନୂଆଦିଲ୍ଲୀ ସ୍ଥିତ ଆନ୍ଧ୍ରପ୍ରଦେଶ ଭବନରେ ଧାରଣାରେ ବସିବେ ନାଇଡ଼ୁ । ଏହାସହ ଆସନ୍ତା 12 ତାରିଖରେ ରାଜ୍ୟର ଦାବି ଉପରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ଦେବାକୁ ଘୋଷଣା ମଧ୍ୟ କରିଛନ୍ତି । ଏହି ଧାରଣାରେ ଦଳର ସାଂସଦ, ଏମଏଲଏ, ଏମଏଲସି, ବିଭିନ୍ନ କର୍ମଚାରୀ ସଂଘ, ସାମାଜିକ ସଂଗଠନ ଏବଂ ଛାତ୍ର ସଂଗଠନ ମଧ୍ୟ ତାଙ୍କ ସହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ତାଙ୍କୁ ସମର୍ଥନ ଦେବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ 2013 ରେ ଚନ୍ଦ୍ରବାବୁ ନାଇଡ଼ୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ । ଯଦି ରାଜ୍ୟ(ପୁରୁଣା ଆନ୍ଧ୍ରପ୍ରଦେଶ) ବିଭାଜନ ହେବ ତେବେ ଉଭୟ ରାଜ୍ୟକୁ ସମାନ ନ୍ୟାୟ ପ୍ରଦାନ ଦାବିରେ ସେ ଏହି ଧାରଣା ଦେଇଥିଲେ । ପ୍ରାୟ 5 ଦିନ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି଼ବାରୁ ତାଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ସମାନ ଦାବି ଉଠାଇ ଗତ ବର୍ଷ ମାର୍ଚ୍ଚରେ ଏନଡିଏ ହାତ ଛାଡ଼ିଥିଲା ଟିଡିପି । ଏହାପରେ ଦଳ ସଂସଦରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ କରିଥିଲା । ବର୍ତ୍ତମାନ ବିଜେପି ଏବଂ ଟିଡିପି ଏକଦମ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଅନେକ ସମୟରେ ଉଭୟ ଦଳ ପରସ୍ପର ବୟାନବାଜିରେ ଲାଗି ରହୁଛନ୍ତି ।

ABOUT THE AUTHOR

...view details