ଶ୍ରୀନଗର: ଆଜି 'ବକ୍ରି ଇଦି' ମନାଉଛନ୍ତି ଜମ୍ମୁ-କାଶ୍ମୀରବାସୀ । ଧାରା 370ରେ କେନ୍ଦ୍ର ସରକାର ପୂର୍ଣ୍ଣଛେଦ ପକାଇବା ପରେ ସୁଦୃଢ ହୋଇଛି ସୁରକ୍ଷା ବ୍ୟବସ୍ଥା। ଏଥିପାଇଁ ସେଠାରେ ମୁତୟନ ହୋଇଥିବା ଯବାନଙ୍କ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । କଡାକଡି ଥିବା ସୁରକ୍ଷା ବ୍ୟବସ୍ଥାରେ ଆଜି ସାମାନ୍ୟ ଢିଲା ଦେଖିବାକୁ ମିଳିପାରେ ।
ଇଦ୍ ପାଳୁଛନ୍ତି କାଶ୍ମୀରବାସୀ; ଯବାନଙ୍କ ସ୍ବତନ୍ତ୍ର ପଦକ୍ଷେପ - article 370 and 35(a)
ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ବକ୍ରି ଇଦ୍ । ଦେଶର ବିଭିନ୍ନ ସ୍ଥାନରେ ନମାଜ ପାଠ କରୁଛନ୍ତି ମୁସଲିମ ଭାଇଉଭଣୀ । ସେପଟେ ଧାରା 370 ଉଠିବା ପରେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି।
ସେପଟେ, ରାଜ୍ୟରେ ଜୈଶ-ମହମ୍ମଦର 7 ଆତଙ୍କବାଦୀ ଅନୁପ୍ରବେଶ କରିଥିବାର ଖବର ଦେଇଥିଲା ଗୁଇନ୍ଦା ବିଭାଗ। ସାଧାରଣ ଲୋକଙ୍କ ସୁରକ୍ଷା ଓ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଯବାନଙ୍କ ରହିଛି କଡା ନଜର । ଏହା ସହିତ ରାଜ୍ୟରେ ଯେପରି କୌଣସି ଅଘଟଣ ନ ଘଟେ, ସେ ନେଇ ସେଠାରେ ଥିବା ମସଜିଦରେ ନମାଜ ପାଠ ପାଇଁ ଅନୁମତି ଦେଇଥିବାବେଳେ କୌଣସି ଗୋଟିଏ ସ୍ଥାନରେ ଭିଡ ଜମେଇବାକୁ ଦିଆଯିବ ନାହିଁ ।
ବକ୍ରି ଇଦକୁ ନେଇ ଗତକାଲି ସମସ୍ତ ବ୍ୟାଙ୍କ, ଏଟିଏମ ଓ କିଛି ବଜାର ଖୋଲା ଯାଇଥିଲା । ଆଉ କେତେକ ପ୍ରତିବନ୍ଧକ ଲଗା ଯାଇଥିଲେ ମଧ୍ୟ ଢିଲା କରାଯାଇଥିଲା, ଯେପରି ଲୋକେ ଶାନ୍ତି ଶୃଙ୍ଖଳା ସହ ଏହି ଉତ୍ସବକୁ ମନାଇପାରିବେ । ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି ।