ଓଡିଶା

odisha

ETV Bharat / bharat

'ଚା ବାଲା' ବୟାନ ପ୍ରସଙ୍ଗରେ ଚିଡିଗଲେ ଆୟାର - ପ୍ରଧାନମନ୍ତ୍ରୀ ମୋଦି

ନିଜର ପୂରୁଣା ବୟାନ 'ଚା ବାଲା' ଉପରେ ପ୍ରଶ୍ନ କରିବାକୁ ଚିହିଙ୍କି ଉଠିଲେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର । ଇଟିଭି ଭାରତର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ତାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା । ଯାହାକୁ ନେଇ ସେ ଚିଡି ଯାଇଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 13, 2019, 7:25 PM IST

ନୂଆଦିଲ୍ଲୀ: ଚା ବାଲା' ଶବ୍ଦ ଶୁଣିବା ମାତ୍ରେ ଚିଡିଗଲେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର । ତାଙ୍କର ପୂରୁଣା ବୟାନ 'ଚା ବାଲା' ଉପରେ ପ୍ରଶ୍ନ କରିବାକୁ ସେ ଚିହିଙ୍କି ଉଠିଥିବା ସଫା ସଫା ନଜର ଆସିଛି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଇଟିଭି ଭାରତର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଚିଡିଗଲେ ଆୟାର ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଇଟିଭି ଭାରତ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ଆପଣ ମୋଦିଙ୍କୁ ଚା' ବାଲା କହିଥିଲେ । ତେବେ ଏହି ପ୍ରଶ୍ନ ଶୁଣିବା ମାତ୍ରେ ଆୟର ରାଗି ଯାଇଥିଲେ । ସେ ଏହାର ସ୍ପଷ୍ଟୀକରଣ ଦେଇ କହିଥିଲେ, ମୁଁ ଚା ବାଲା ଶବ୍ଦର ବ୍ୟବହାର କେବେ କରିନଥିଲି । ଆପଣମାନେ ମୋ ବୟାନକୁ ଭୁଲ ଭାବରେ ଉପସ୍ଥାପନା କରୁଛନ୍ତି । ଏହାପରେ ତାଙ୍କୁ ତାଙ୍କର ପୁରୁଣା ବୟାନକୁ ମନେ ପକାଯିବାରୁ ସେ କହିଥିଲେ, ଏହା ପୁରୁଣା କଥା, 5 ବର୍ଷ ପରେ ଏହି ପ୍ରଶ୍ନ କରିବାର କୌଣସି ଅର୍ଥ ନାହିଁ ।

ଆୟାର କହିଛନ୍ତି, ମୁଁ ମୋଦିଙ୍କୁ ଚା ବିକିବା ପାଇଁ କେବେ କହିନଥିଲି । ଯଦି ସେ ଚା ବିକ୍ରି କରିବାକୁ ଚାହିଁବେ ତାହେଲେ ମୁଁ ସାହାଯ୍ୟ କରିବି ବୋଲି କହିଥିଲି । ଏହାପରେ ସେ ରାଗିଯାଇଥିଲେ ଏବଂ କହିଥିଲେ, ମୁଁ ଏଠାରେ ଏହି ବିଷୟକୁ ନେଇ ଚର୍ଚ୍ଚା କରିବାକୁ ଆସିନାହିଁ । ପ୍ରଶ୍ନ କରିବାର ଅଛି ତ କାଶ୍ମୀର ଉପରେ କରନ୍ତୁ । ନଚେତ ମୋତେ ଏଠାରୁ ଯିବାକୁ ଦିଅନ୍ତୁ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, 2014 ରେ ମଣିଶଙ୍କର ଆୟର ମୋଦିଙ୍କୁ ସମାଲୋଚନା କରି କହିଥିଲେ, 21ତମ ଶତାବ୍ଦିରେ ମୋଦି ପ୍ରଧାନମନ୍ତ୍ରୀ ହେବା ସମ୍ଭବ ନୁହେଁ । କିନ୍ତୁ ଯଦି ସେ କଂଗ୍ରେସ ଅଧିବେଶନରେ ଚା ବିକ୍ରି କରିବାକୁ ଚାହିଁବେ ତାହେଲେ ଆମେ ତାଙ୍କୁ ସାହାଯ୍ୟ କରିପାରିବୁ ।

ABOUT THE AUTHOR

...view details