ଭୋପାଳ: ଭାରତବର୍ଷରେ ଗଛକୁ ନେଇ ଅନେକ ପ୍ରକାର ବିଶ୍ବାସ ରହିଛି । ହିନ୍ଦୁ ଧର୍ମରେ ବର ଆଉ ଅଶ୍ବତ୍ଥ ବୃକ୍ଷକୁ ଦେବତା ଭାବେ ପୂଜା କରାଯାଏ । ସେହିଭଳି ମଧ୍ୟପ୍ରଦେଶର ଛତରପୁରରେ ଦେଢସହ ବର୍ଷ ତଳର ଏକ ଗଛ ରହିଛି । ଯାହାକୁ ମନସ୍କାମନା ପୂରଣ କରୁଥିବା ଗଛ କୁହାଯାଏ । ଆଉ ମନସ୍କାମନା ପୂରଣ ହେବାପରେ ଗଛରେ ଲୌହ ଶିକୁଳି ବାନ୍ଧିଥାନ୍ତି ।
ସ୍ଥାନୀୟ ଗାଁରେ ରହୁଥିବା ଜଣେ ଯୁବକ ବୃଜେନ୍ଦ୍ର ବିଶ୍ବକର୍ମାଙ୍କ କହିବାନୂଯାୟୀ, ଲୋକଙ୍କର ଭଗବାନଙ୍କ ପ୍ରତି ଅନେକ ଆସ୍ଥା ରହିଛି । କେତେକ ଗଛରେ ବନ୍ଧାଯାଇଥିବା ଲୌହ ଜଞ୍ଜିର ସମୟ ସହିତ ଗଛ ବଢିବାରୁ ତାହା ଭିତରେ ସେ ଲୁଚିଗଲାଣି ।
ଅନେକ ଦୂରଦୂରାନ୍ତରୁ ଲୋକ ଏଠାକୁ ବିଶ୍ବାସ ନେଇ ଆସୁଛନ୍ତି । ତେବେ ଏହି ବୃକ୍ଷଟି କେତେ ବର୍ଷର ପୁରୁଣା ତାହା ଆଜିଯାଏଁ ସଠିକ ଭାବେ କେହି କହିପାରିନାହାନ୍ତି । ଆନୁମାନିକ ଭାବେ କୁହାଯାଉଛି ଯେ, ଏହା ଦେଢସହ ବର୍ଷ ପୁରୁଣା ବୋଲି ।