ଲକ୍ଷ୍ନୌ : ଅଫିସର ମେସିନ ଚା'ରୁ ବ୍ୟବସାୟ କରିବାର ବୁଦ୍ଧି, ଏବେ କୋଟିକୋଟି ଟଙ୍କାର ମାଲିକ ଦୁଇ ବନ୍ଧୁ । ଏହି କଥା ସମ୍ପୂର୍ଣ୍ଣ ସତ । ଲକ୍ଷ୍ନୌର ଦୁଇ ବନ୍ଧୁ ଅଭିନବ ଚଣ୍ଡନ ଏବଂ ପ୍ରମିତ ଶର୍ମା ଦୁହେଁ ଇଞ୍ଜିନିୟର ଭାବେ ଗୋଟିଏ ଅଫିସରେ କାମ କରୁଥିଲେ । ତେବେ ଅଫିସରେ ପ୍ରତିଦିନ ମେସିନ ଚା' ପିଇବା ବିରକ୍ତିକର ଥିଲା । ତେଣୁ ସେମାନେ ବାହାରେ ପିଇବା ପାଇଁ ଯିବା ବେଳେ ଦୁଇ ସାଙ୍ଗ ପାଇଥିଲେ ବ୍ୟବସାୟ କରିବାର ବୁଦ୍ଧି । ନିଜେ ପ୍ରଥମେ ଲକ୍ଷେ ଟଙ୍କାରୁ ଆରମ୍ଭ କରିଥିଲେ ଏହି ଟି ଷ୍ଟଲ ।
ଚା' ବିକି ଦୁଇ ବନ୍ଧୁ କୋଟିପତି - friend
ମେସିନ ଚା ଆଣିଦେଲା ବ୍ୟବସାୟର ବୁଦ୍ଧି । ଏବେ କୋଟିକୋଟି ଟଙ୍କାର ମାଲିକ ଦୁଇ ବନ୍ଧୁ । ଅଫିସ ଡେଲିଭେରୀ ସହ 15 ମିନିଟରେ ପିଜା ବର୍ଗର ଭଳି ଟେଷ୍ଟି ଚା'ମଧ୍ୟ ପହଞ୍ଚିବ ଘରେ । ଅନଲାଇନରେ ମିଳୁଛି ଏହି ଚା ...
2014ରେ ନୋଏଡା ସେକ୍ଟର-16 ମେଟ୍ରୋ ଷ୍ଟେସନରେ 'ଚାୟ କଲିଂ' ଟି ଷ୍ଟଲ ଆରମ୍ଭ କରିଥିଲେ । ଏହାପରେ ଟି କଲିଂ ନାମରେ ଏକ ୱେବସାଇଟ ବନାଇଥିଲେ । ବିଭିନ୍ନ ଅଫିସରୁ କଂଣ୍ଟ୍ରାକ୍ଟ ମିଳିଲା । ଆଉ ଧିରେ ଧିରେ ଆରମ୍ଭ ହୋଇଥିଲା ଅଫିସକୁ ଟି ଡେଲିଭେରୀ । ଗୋଟିଏ ଟି କପର ଦାମ 10ରୁ 15 ଟଙ୍କା ଲେଖାଏଁ ରହିଛି । ଆଉ କିଛି ବର୍ଷ ଭିତରେ ଏହା ଅନେକ ସହରରେ ପ୍ରସାରିତ ହୋଇଥିଲା । ଆଉ ବ୍ୟବସାୟ ଭଲରେ ଆଗକୁ ବଢିଥିଲା । ବର୍ତ୍ତମାନ ଉତ୍ତରପ୍ରଦେଶରେ ଏଭଳି 15ଟି ଷ୍ଟଲ ଚାଲୁଛି । ଯେଉଁଠୁ ବର୍ଷକୁ 2 କୋଟି ଟଙ୍କା ଲାଭ ହୋଇଥାଏ ।
ବ୍ୟବସାୟ ବଢିବା ପରେ 15 ମିନିଟରେ ଘରେ ମଧ୍ୟ ଚା ଡେଲିଭେରୀ କରିବା ଆରମ୍ଭ କରିଥିଲେ ଦୁଇ ବନ୍ଧୁ । ନୋଏଡା, ବରେଲୀ, ମୁରାଦାବାଦରେ ମଧ୍ୟ ରହିଛି ଏହି ଟି ଷ୍ଟଲ । ଆଉ ପାଖାପାଖି 100 ଜଣ ବେକାରୀ ଯୁବକଙ୍କୁ ରୋଜଗାରର ବାଟ ମଧ୍ୟ ଦେଖାଉଛି ଏହି ଟି ଷ୍ଟଲ ।