ଓଡିଶା

odisha

ETV Bharat / bharat

ତେଲ ଟାଙ୍କି ବିସ୍ଫୋରଣରେ 4 ଶ୍ରମିକ ଆହତ - ତେଲ ଟାଙ୍କି ବିସ୍ଫୋରଣ

ଛତିଶଗଡର ରାୟଗଡ ଜିଲ୍ଲାର ଏକ ଇସ୍ପାତ କାରଖାନାରେ ତେଲ ଟାଙ୍କି ବିସ୍ଫୋରଣରେ 4 ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣ ଗୁରୁତର ଆହତ ହୋଇଛନ୍ତି।

Four injured in fuel tank blast at steel plant
ତେଲ ଟାଙ୍କି ବିସ୍ଫୋରଣରେ 4 ଶ୍ରମିକ ଆହତ

By

Published : Jun 11, 2020, 4:45 PM IST

ରାୟପୁର: ତେଲ ଟାଙ୍କି ବିସ୍ଫୋରଣରେ 4 ଶ୍ରମିକ ଆହତ । ଛତିଶଗଡର ରାୟଗଡ ଜିଲ୍ଲାର ଏକ ଇସ୍ପାତ କାରଖାନାରେ ତେଲ ଟାଙ୍କି ବିସ୍ଫୋରଣରେ 4 ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣ ଗୁରୁତର ଆହତ ହୋଇଛନ୍ତି।

ଗତ ବୁଧବାର ସନ୍ଧ୍ୟାରେ ପାଟ୍ରାଲାପଲି ଗ୍ରାମରେ ଥିବା ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ ପରିସରରେ ଶ୍ରମିକମାନେ ଏକ ସ୍କ୍ରାପ ୱାର୍ଡରେ ରହି ଗ୍ୟାସ କଟର ସାହାର୍ଯ୍ୟ ପୁରୁଣା ଡିଜେଲ ଟାଙ୍କି କାଟୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ପୋଲିସ ଷ୍ଟେସନ ଅଫିସର ଯୁବରାଜ ତିୱାରି କହିଛନ୍ତି।

ଏଥିସହ ସେ କହିଛନ୍ତି, ଏହି ବିସ୍ଫୋରଣରେ 4 ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇ ରାୟପୁରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟ ଦୁଇଜଣଙ୍କୁ ରାୟଗଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପଟେ ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details