ନୂଆଦିଲ୍ଲୀ: ବିବାଦପୂର୍ଣ୍ଣ ବୟାନ ଦେଇ ଫସିଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ନିର୍ବାଚନୀ ରାଲିରେ 'ଦେଶଦ୍ରୋହୀଙ୍କୁ ଗୁଳି ମାର' ବୟାନ ନେଇ ନିର୍ବାଚନ ଆୟୋଗଙ୍କ ରାଡାରକୁ ଆସିଛନ୍ତି ଅନୁରାଗ । ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଅନୁରାଗ ଠାକୁରଙ୍କ ଏହି ଉତ୍ତେଜନାମୂଳକ ଭାଷଣ ଉପରେ ରିପୋର୍ଟ ମାଗିଛନ୍ତି । ଉତ୍ତର-ପଶ୍ଚିମ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ମାଗିଛନ୍ତି ସିଇଓ । କଂଗ୍ରେସ ଅନୁରାଗଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ।
ସୂଚନା ଯେ, ଦିଲ୍ଲୀର ଏକ ନିର୍ବାଚନୀ ରୢାଲିରେ ଯୋଗଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଦେଶଦ୍ରୋହୀଙ୍କୁ ଗୁଳି ମାରିବାକୁ ଆହ୍ବାନ ଦେଇଥିଲେ। ରିଠାଲା ବିଧାନସଭା ଆସନରେ ମନୀଷ ଚୌଧୁରୀଙ୍କୁ ସମର୍ଥନରେ ଆୟୋଜିତ ଏକ ଜନସଭାରେ ଅନୁରାଗ ଠାକୁର ଶାହିନବାଗରେ ସିଏଏ ବିରୋଧରେ ଜାରି ରହିଥିବା ପ୍ରଦର୍ଶନ ଓ ଦେଶ ବିରୋଧୀ ନାରାକୁ ନେଇ ବିପକ୍ଷ ଦଳ ସହ ଯୋଡିଥିଲେ ।