ଓଡିଶା

odisha

ETV Bharat / bharat

ଲକଡାଉନ୍ ନିୟମକୁ କଡାକଡି ପାଳନ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ରର ତାଗିଦ୍ - କୋରୋନା ଭାଇରସ

କୋରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଘୋଷିତ ଲକଡାଉନ୍ ପଦକ୍ଷେପକୁ କଡାକଡି ପାଳନ କରିବାକୁ ଏବଂ କୌଣସି ସ୍ତରରେ ଏହାକୁ ହ୍ରାସ ନକରିବାକୁ କେନ୍ଦ୍ର ରାଜ୍ୟ ତଥା କେନ୍ଦ୍ର ଶାସିତଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି।

lockdown guidelines
ଲକଡାଉନ୍ ନିୟମ

By

Published : Apr 20, 2020, 2:28 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଘୋଷିତ ଲକଡାଉନ୍ ପଦକ୍ଷେପକୁ କଡାକଡି ପାଳନ କରିବାକୁ ଏବଂ କୌଣସି ସ୍ତରରେ ଏହାକୁ ହ୍ରାସ ନକରିବାକୁ କେନ୍ଦ୍ର ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ସହ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ସମ୍ପର୍କ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ନମାନି କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିୟମ କୋହଳ କରୁଛନ୍ତି ।

ସେ କହିଛନ୍ତି, ‘ମୁଁ ପୁନର୍ବାର ଆପଣଙ୍କୁ ଅନୁରୋଧ କରିବି ଯେ ସଂଶୋଧିତ ନିର୍ଦ୍ଦେଶାବଳୀଗୁଡିକର ଅନୁପାଳନକୁ ନିଶ୍ଚିତ କରନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ’ 3 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିବା ପରେ ଏପ୍ରିଲ 15 ରେ କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାର ଗ୍ରହଣ କରିବାକୁ ଥିବା ପଦକ୍ଷେପ ଉପରେ ଏକତ୍ରିତ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

COVID-19 ର ପ୍ରସାରକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଦେଶର ସମସ୍ତ ଅଞ୍ଚଳରେ ନିର୍ଦ୍ଦେଶାବଳୀକୁ କଡାକଡି ଲାଗୁ କରିବାକୁ ଚେଷ୍ଟା କରିଛି। ଗୃହ ସଚିବ ମଧ୍ୟ ମୁଖ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ABOUT THE AUTHOR

...view details