ଓଡିଶା

odisha

ETV Bharat / bharat

ସଡକରୁ ସଂସଦ ସବୁଠି ପ୍ରତାପ..ପ୍ରତାପ

ମୁଁ ପ୍ରତାପ ଚନ୍ଦ୍ର ଷଡଙ୍ଗୀ... ବାସ ଏତିକିରେ କମ୍ପିଲା ରାଇସିନା ହିଲ । ଦେଶ ବିଦେଶର ଅତିଥିଙ୍କ କରତାଳିରେ ଫାଟି ପଡୁଥିଲା ରାଷ୍ଟ୍ରପତି ଭବନ । ମୋଦି ସରାକାର-2ର ଶପଥ ଗ୍ରହଣ ଉତ୍ସବର ହାଇଲାଇଟ ଥିଲା ପ୍ରତାପ ନନାଙ୍କ ଶପଥ ପାଠ ।

ଡିଜାଇନ ଫଟୋ

By

Published : May 31, 2019, 7:18 PM IST

Updated : Jun 1, 2019, 7:12 AM IST

ଭୁବନେଶ୍ବର: ସନ୍ଥ, ରାଜନେତା ଏବେ କେନ୍ଦ୍ରମନ୍ତ୍ରୀ । ମୋଦି 2.0 କ୍ୟାବିନେଟରେ ଓଡିଶାର ମୋଦି । ବାଲେଶ୍ବରର ବିଜୟୀ ସାଂସଦ, ଏବେ ମୋଦି ପାର୍ଟ-2ର ରାଷ୍ଟ୍ରମନ୍ତ୍ରୀ । ସେପଟେ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ହେବା ପରେ ସଡକଠୁ ସଂସଦ ସବୁଠି ସେଲିବ୍ରେସନର ମାହୋଲ । ଗଣତନ୍ତ୍ରର ସବୁଠୁ ବଡ ମନ୍ଦିରରେ ଗରିବ ବି ପାଦ ରଖିପାରେ ତାହା ପ୍ରତାପ ଷଡଙ୍ଗୀ ପ୍ରମାଣିତ କରିଛନ୍ତି ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ବାଲେଶ୍ବରରୁ ପାର୍ଲାମେଣ୍ଟ । କେନ୍ଦ୍ରମନ୍ତ୍ରୀ ହେଲେ ଗରିବ ସାଂସଦ । ମୋଦିଙ୍କ ଗୁଡବୁକରେ ‘ନୀଳଗିରି ନନା’ । ଆମେ କହୁଛୁ ବାଲଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ କଥା । ନିର୍ବାଚନ ଜିତିବା ପରେ ଫେସବୁକ, ଟ୍ବିଟର, ହ୍ବାଟ୍ସଅପ ଭଳି ସୋସିଆଲ ମିଡିଆରେ ଛାଇଯାଇଥିଲେ ପ୍ରତାପ ନନା । 23 ତାରିଖରେ ମୋଦିଙ୍କ ବମ୍ଫର ଜିତ୍ ପରେ ଚର୍ଚ୍ଚାକୁ ଆସିଥିଲେ ପ୍ରତାପ । ପରେ ସମସ୍ତେ ତାଙ୍କୁ ଓଡିଶାର ମୋଦି ବୋଲି କହିବା ଆରମ୍ଭ କରିଦେଲେ । କୋଟପତି ନେତାଙ୍କୁ ମାତ ଦେଇଥିବା ଗରିବ-ସନ୍ଥ ରାଜନେତା ବନିଗଲେ ସୁପରହିଟ୍ । ନିର୍ବାଚନରେ କୋଟି କୋଟି ଟଙ୍କା ଉଡିଥିବା ବେଳେ ଡାଲା ଅଟୋ ଏବଂ ସାଇକେଲରେ ଗାଁ ଗାଁ ବୁଲି ସେ ମତଦାତାଙ୍କ ମନ ଜିଣିଛନ୍ତି । ନିଳଗୀରିରୁ 2004ରେ ସ୍ବାଧୀନ ଏବଂ 2009ରେ ବିଜେପିରୁ ଲଢି ଦୁଇ ଥର ବିଧାୟକ ହୋଇଥିବା ପ୍ରତାପ 2014 ନିର୍ବାଚନରେ ସାଂସଦ ଭାବେ ଲଢି ପରିଜିତ ହୋଇଥିଲେ । ଏଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।


ଦେଶର ସବୁଠୁ ବଡ ପଞ୍ଚାୟତ ଶୁଣିବ ସବୁଠୁ ଗରିବ ସାଂସଦଙ୍କ ସ୍ବର । ଗରିବ ଗଳିରୁ ବାହାରି ଜଣେ ଯେ, ଦିଲ୍ଲୀ ଦରବାରରେ ପହଞ୍ଚିପାରେ ତାହା ବଖାଣୁଛି ପ୍ରତାପଙ୍କ ପଲିଟିକାଲ ପ୍ରୋଫାଇଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2019, 7:12 AM IST

ABOUT THE AUTHOR

...view details