ନୂଆଦିଲ୍ଲୀ: ମରୁଡି ମୁକାବିଲା ପାଇଁ କେନ୍ଦ୍ର ସରକାର ମହାରାଷ୍ଟ୍ରକୁ ପୁଣି ଅତିରିକ୍ତ 2160 କୋଟି ଟଙ୍କା ଦେଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାର ପୂର୍ବରୁ ଦେଇଥିବା ରିଲିଫ ବାବଦ ଟଙ୍କାକୁ ଲଗାଇ ବର୍ତ୍ତମାନ ସୁଦ୍ଧା 4ହଜାର 2ଶହ 48 କୋଟି ଟଙ୍କା ଦେଇଛନ୍ତି ବୋଲି ଫଡନଭୀସ କହିଛନ୍ତି । ଏଥି ସହିତ କେନ୍ଦ୍ର ସରକାର ଅତିରିକ୍ତ ରିଲିଫ ଟଙ୍କା ଦେଇଥିବାରୁ ଫଡନଭୀସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।