ଡେରାଡୁନ: ବିଶ୍ବ ପ୍ରସିଦ୍ଧ କେଦାରନାଥ ଧାମ ସମୁଦ୍ରପୃଷ୍ଠ ଠାରୁ 3 ହଜାର 584 ମିଟର ଉଚ୍ଚତାରେ ରହିଛି । ଏଠାକୁ ଯାଇ ପ୍ରଭୁ କେଦାରଙ୍କ ଦର୍ଶନ କରିବାପାଇଁ ଶ୍ରଦ୍ଧାଳୁ ମାନଙ୍କୁ ବହୁ କଷ୍ଟ କରିବାକୁ ପଡିଥାଏ । ଏଠାରେ ବହୁ ଦୁର୍ଗମ ସ୍ଥାନ ଦେଇ ଯିବାକୁ ପଡୁଥିବା ବେଳେ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ । ସେଥିପାଇଁ ଶ୍ରଦ୍ଧାଳୁଙ୍କୁ ଉପଯୁକ୍ତ ସ୍ଥାସ୍ଥ୍ୟସେବା ଯୋଗାଇବାକୁ ପ୍ରଶାସନ ପକ୍ଷରୁ ଏକ ବଡ ଆକାରରେ ପଦକ୍ଷେପ ନିଆଯାଇଛି ।
କେଦାରନାଥରେ ଶ୍ରଦ୍ଧାଳୁଙ୍କୁ ମିଳିବ ଉଚ୍ଚକୋଟୀର ସ୍ବାସ୍ଥ୍ୟସେବା
କେନ୍ଦ୍ର ସରକାର କେଦାରନାଥ ଧାମରେ ଶ୍ରଦ୍ଧାଳୁଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ 100 କୋଟି ଟଙ୍କାର ବଜେଟ ଜାରି କରିଛନ୍ତି । ଯାହାଦ୍ବାରା ଏଠାରେ ସ୍ବାସ୍ଥ୍ୟ ଇନଫ୍ରାଷ୍ଟ୍ରକ୍ଚର ବିକଶିତ କରାଯାଇପାରିବ ।
ପର୍ଯ୍ୟଟନ ସଚିବ ଦିଲ୍ଲୀପ ଜାବଲକର କହିଛନ୍ତି ଯେ, କେଦାରନାଥ ଧାମ, ଦୁର୍ଗମ ଅଞ୍ଚଳରେ ରହିଛି । ଆଉ ସେଠାକାର ତାମମାତ୍ରା କମ ଥିବାରୁ ଲୋକଙ୍କୁ ଯାତ୍ରା ସମୟରେ ଅନେକ ଅସୁବିଧା ଭୋଗିବାକୁ ପଡୁଛି । ଏହିଭଳି ସ୍ଥିତିରେ ଡାକ୍ତରଙ୍କର ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ ଅଟେ । ଯେଉଁଥିପାଇଁ ପର୍ଯ୍ୟଟନ ବିଭାଗ, ଘରୋଇ ସଂସ୍ଥା ଓ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ଡାକ୍ତରଙ୍କ ଆବଶ୍ୟକତା ନେଇ ଦାବି କରାଯାଉଛି । ଯାହାକୁ ନଜରରେ ରଖି ସରକାର ଏହି ସ୍ବାସ୍ଥ୍ୟ ସେବା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କୁ ଉଚ୍ଚ ସ୍ବାସ୍ଥ୍ୟ ସେବା ଯୋଗାଇଦେବାନେଇ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।
ଯାହାଦ୍ବାରା ରୋଗୀଙ୍କୁ ଉଦ୍ଧାର କରିବା ସହଜ ହୋଇଥାଏ । ଏହାସହିତ ସଚିବ କହିଛନ୍ତି କେଦାରଧାମରେ ଚାଲୁଥିବା ଫେଜ-2 ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଉପକ୍ରମ ଦ୍ବାରା 100 କୋଟି ଟଙ୍କା ମଞ୍ଜୁର ହୋଇଛି । ଯାହାଦ୍ବାରା ସ୍ବସ୍ଥ୍ୟ ଇନଫ୍ରାଷ୍ଟକଚରକୁ ବିକଶିତ କରାଯିବ । ଆଗାମୀ ଭବିଷ୍ୟତରେ ସ୍ବସ୍ଥ୍ୟ ସୁବିଧାକୁ ଆହୁରି ଦୃଢ କରାଯାଇପାରିବ । ଏହାଦ୍ବାରା କେଦାରଘାଟିର ଯାତ୍ରାକୁ ଆହୁରି ସୁବିଧା କରାଯିବ ।