ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶ(ଡିଜିଏଚସି) ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଉକ୍ତ ଚିଠିରେ ସମ୍ଭାବ୍ୟ କୋରୋନା ମାମଲାରେ ମୃତ ପରିବାରକୁ ମୃତଦେହ ହସ୍ତାନ୍ତର କରିବା ନିର୍ଦ୍ଦେଶାବଳୀରେ କୋହଳ ଦିଆଯାଇଛି । ଯାହାଦ୍ୱାରା ପରିବାର ଲୋକଙ୍କୁ ଲ୍ୟାବ ରିପୋର୍ଟର ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆବଶ୍ୟକ ପଡିବ ନାହିଁ । ଟ୍ବିଟ ଯୋଗେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ଦିଲ୍ଲୀରେ କୋଭିଡ-19ର ବର୍ତ୍ତମାନ ତଥା ଆଗାମୀ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନାର ଗୋଟିଏ ଦିନ ପରେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ମୁକାବିଲା ପାଇଁ ଅନେକ ପଦକ୍ଷେପର ଘୋଷଣା କରିଛନ୍ତି ।