ନୂଆଦିଲ୍ଲୀ: ମାହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ ହୋଇଥିବା PM-CARES ଫଣ୍ଡକୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ନିଜ ବେତନରୁ 50,000 ଟଙ୍କା ଦେବେ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ୍ ବିପିନ ରାୱତ । ମାର୍ଚ୍ଚରେ ସିଡିଏସ୍ ସଂପୃକ୍ତ ଅଧିକାରୀଙ୍କୁ ଚିଠି ଲେଖି ଆସନ୍ତା ଏକ ବର୍ଷ ପାଇଁ ତାଙ୍କ ବେତନରୁ 50,000 ଟଙ୍କା କଟାଯାଇ ପିଏମ କେୟାର ପାଣ୍ଠିରେ ଜମା କରିବାକୁ କହିଥିଲେ ବୋଲି ପ୍ରତିରକ୍ଷା ସୂତ୍ର ସୂଚନା ମିଳିଛି ।
ଏହି ଚିଠି ଲେଖାଯିବା ଏପ୍ରିଲ ମାସର ବେତନରୁ 50,000 ଟଙ୍କା କରାଯାଇ କରୋନା ବିରୋଧରେ ଲଢେଇ ପାଇଁ ଆରମ୍ଭ ହୋଇଥିବା ପିଏମ କେୟାର ପାଣ୍ଠିରେ ଜମା କରାଯାଇଥିବା ଜଣାପଡିଛି । ପୂର୍ବରୁ ପିଏମ କେୟାର ଫଣ୍ଡ ଆରମ୍ଭ ହେବାମାତ୍ରେ ବିପିନ ରାଓ୍ବତ ନିଜର ଗୋଟିଏ ଦିନର ବେତନ ଏହି ଫାଣ୍ଠିକୁ ଦାନ କରିଥିଲେ । ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀମାନଙ୍କୁ ଆସନ୍ତା ଏକ ବର୍ଷ ପାଇଁ ପ୍ରତି ମାସରେ ଗୋଟିଏ ଦିନର ଦରମା ଦାନ କରିବାର ବିକଳ୍ପ ଦିଆଯାଇଛି । ତେବେ ଏହା ସ୍ବେଚ୍ଛାକୃତ ଭାବରେ କରାଯିବ।