ଓଡିଶା

odisha

By

Published : May 8, 2020, 6:49 AM IST

ETV Bharat / bharat

‘ମୂର୍ଖଙ୍କ ଭଳି ବ୍ୟବହାର କରୁଛନ୍ତି କିଛି ଶିକ୍ଷିତ’

ସିଡିଏସ ବିପିନ କହିଛନ୍ତି ଯେ କିଛି ଲୋକ ମୂଳରୁ ମୂର୍ଖ ଓ ନିର୍ବୁଦ୍ଧିଆ ହୋଇଥାନ୍ତି । ହେଲେ କିଛି ଶିକ୍ଷିତ ଲୋକ ମୂର୍ଖ ଓ ଅଶିକ୍ଷିତଙ୍କ ଭଳି ବ୍ୟବହାର କରୁଛନ୍ତି । ଅଧିକ ପଢନ୍ତୁ...

‘ମୂର୍ଖଙ୍କ ଭଳି ବ୍ୟବହାର କରୁଛନ୍ତି କିଛି ଶିକ୍ଷିତ’
‘ମୂର୍ଖଙ୍କ ଭଳି ବ୍ୟବହାର କରୁଛନ୍ତି କିଛି ଶିକ୍ଷିତ’

ନୂଆଦିଲ୍ଲୀ: ମେ 3ରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଭାରତର ତିନି ସେନା ସାଲ୍ୟୁଟ ପ୍ରଦାନ କରିଥିଲେ । ବାୟୁସେନା ପକ୍ଷରୁ କିଛି ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଫୁଲ ବର୍ଷା ସହ ଫ୍ଲାଏପାଷ୍ଟ ହୋଇଥିଲା । ସେହିପରି ନୌସେନା ପକ୍ଷରୁ ଜାହାଜ ଆଲୋକିତ ହେବା ସହ ମିଲିଟାରୀ ବ୍ୟାଣ୍ଡ ବାଜିଥିଲା ।

ତେବେ ଅନେକ ଲୋକ ଏପରି ପଦକ୍ଷେପକୁ ସମାଲୋଚନା କରିଥିଲେ । ଏହି ପଦକ୍ଷେପ ଓ ଉତ୍ସକୁ ପରବର୍ତ୍ତୀ ସମୟରେ ଉପଯୁକ୍ତ ଭାବେ ବ୍ୟବହାର କରାଯାଇପାରିଥାନ୍ତା ବୋଲି କିଛି ଲୋକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଗୁରୁବାର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ସେମାନଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି ।

ବିପିନ କହିଛନ୍ତି ଯେ କିଛି ଲୋକ ମୂଳରୁ ମୂର୍ଖ ଓ ନିର୍ବୁଦ୍ଧିଆ ହୋଇଥାନ୍ତି । ହେଲେ କିଛି ଶିକ୍ଷିତ ଲୋକ ମୂର୍ଖ ଓ ଅଶିକ୍ଷିତଙ୍କ ଭଳି ବ୍ୟବହାର କରୁଛନ୍ତି । ଏମାନେ ଶିକ୍ଷିତ କିନ୍ତୁ ଏମାନଙ୍କ ପାଖରେ ବୁଦ୍ଧିମତ୍ତାର ଅଭାବ ରହିଛି । କୋରୋନା ଯୋଦ୍ଧା ଆମ ଦେଶ ପାଇଁ ଅନେକ କିଛି କାମ କରିଛନ୍ତି । ସେମାନଙ୍କ ତ୍ୟାଗ କୌଣସି ଯୋଦ୍ଧାଠାରୁ କମ ନୁହେଁ । ତେଣୁ ଏମାନଙ୍କୁ ସମ୍ମାନିତ କରିବାକୁ ଆର୍ମଡ ଫୋର୍ସ ନିଷ୍ପତ୍ତି ନେଇଥିଲା । କାରଣ ସେନାଙ୍କ ମନୋବଳ ବଢାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ଆମ ଟ୍ରେନିଂର ଏକ ଅଂଶବିଶେଷ । ସେଥିପାଇଁ ଆମ କ୍ଷମତା ଅନୁସାରେ କୋରୋନା ଯୋଦ୍ଧାଙ୍କ ମନୋବଳ ବଢାଇବାର ନିଷ୍ପତ୍ତି ନେଇଥିଲୁ ବୋଲି ସିଡିଏସ ରାୱତ କହିଛନ୍ତି ।

ABOUT THE AUTHOR

...view details