ନୂଆଦିଲ୍ଲୀ: ସିବିଏସସି ଦ୍ବାଦଶ ପରୀକ୍ଷାରେ ଅସଫଳତା ହାସଲ କରି କମ୍ପାର୍ଟମେଣ୍ଟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ବସ୍ତିକର ଖବର । ସୁପ୍ରମିକୋର୍ଟଙ୍କ ହସ୍ତକ୍ଷେପ ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେବାରୁ ବଞ୍ଚିଯାଇଛି । ଏବେ ସେମାମନଙ୍କୁ କଲେଜରେ ଆଡମିଶନ ମିଳିପାରିବ ।
ଅକ୍ଟୋବର 10 ସୁଦ୍ଧା ପ୍ରକାଶ ପାଇବ CBSE +2 କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ - ସିବିଏସସି ଦ୍ବାଦଶ ପରୀକ୍ଷା
କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଅକ୍ଟୋବର 10 ସୁଦ୍ଧା ପ୍ରକାଶ ପାଇବା ନେଇ ସୂଚନା ଦେଇଛି ସିବିଏସସି । ଅନ୍ୟପକ୍ଷେ ଏକାଡେମୀକ କ୍ୟାଲେଣ୍ଡର ଅନୁଯାୟୀ କଲେଜ ଆଡମିଶନ ଅକ୍ଟୋବ ଶେଷ ସୁଦ୍ଧା ଆରମ୍ଭ ହୋଇଯିବ । ଅଧିକ ପଢନ୍ତୁ...
ଅକ୍ଟୋବର 10 ସୁଦ୍ଧା ପ୍ରକାଶ ପାଇବ CBSE +2 କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ
ଗତ ଶୁଣାଣିରେ ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ବାଧିନ ବେଞ୍ଚ କମ୍ପାର୍ଟମେଣ୍ଟ ଦେଉଥିବା ପାଖାପାଖି 2 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏହାସହ ସିବିଏସସି ଓ ୟୁଜିସିକୁ ମାମଲାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଯୁକ୍ତ 2 କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଅକ୍ଟୋବର 10 ସୁଦ୍ଧା ପ୍ରକାଶ ପାଇବା ନେଇ ସୂଚନା ଦେଇଛି ସିବିଏସସି । ଅନ୍ୟପକ୍ଷେ ଏକାଡେମୀକ କ୍ୟାଲେଣ୍ଡର ଅନୁଯାୟୀ କଲେଜ ଆଡମିଶନ ଅକ୍ଟୋବର ଶେଷ ସୁଦ୍ଧା ଆରମ୍ଭ ହୋଇଯିବ ।