ଓଡିଶା

odisha

ETV Bharat / bharat

ସିବିଏସଇ ସିଲାବସ ହେବ ଛୋଟ, ହଟିବ ଅନାବଶ୍ୟକ ବିଷୟବସ୍ତୁ

କୋରୋନା ଓ ଲକଡାଉନ ମଧ୍ୟରେ ଶିକ୍ଷାରେ ଯେତିକି କ୍ଷତି ହୋଇଛି ତାହାକୁ ପୂରଣ କରିବାକୁ ସିବିଏସଇ ସିଲାବସ ଛୋଟ କରିବା ସହ ପୂର୍ବରୁ ଥିବା ଅନାବଶ୍ୟକ ବିଷୟବସ୍ତୁକୁ ହଟାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ସିବିଏସଇ ସିଲାବସ ହେବ ଛୋଟ, ହଟିବ ଅନାବଶ୍ୟକ ବିଷୟବସ୍ତୁ
ସିବିଏସଇ ସିଲାବସ ହେବ ଛୋଟ, ହଟିବ ଅନାବଶ୍ୟକ ବିଷୟବସ୍ତୁ

By

Published : Jun 10, 2020, 4:52 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ଏବଂ ଲକଡାଉନ କାରଣରୁ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିଛି ଯେଉଁଥିପାଇଁ ଛାତ୍ରମାନଙ୍କ ଅଧ୍ୟୟନରେ ବାଧା ସୃଷ୍ଟି ହୋଇଛି । ଏହି ତଥ୍ୟକୁ ଧ୍ୟାନରେ ରଖି ସିବିଏସଇ ଏକ ବଡ ନିଷ୍ପତ୍ତି ନେଇଛି ଏବଂ ଘୋଷଣା କରିଛି ଯେ, 2020-21 ଶିକ୍ଷା ଅଧିବେଶନ ପାଇଁ ସିଲାବସ ଛୋଟ କରାଯିବ । ଏହାକୁ ଦୃଷ୍ଟିରେ ରଖି ସିବିଏସଇ ଏହା ଉପରେ କାମ ଆରମ୍ଭ କରିଛି ।

ସିବିଏସଇ ସଭାପତି ମନୋଜ ଅହୁଜା କହିଛନ୍ତି ଯେ, ଶିକ୍ଷାନୁଷ୍ଠାନର ଅସୁବିଧାକୁ ଦୂର କରିବା ପାଇଁ ସିଲାବସ ଯୁକ୍ତିଯୁକ୍ତ କରିବା ପାଇଁ ଅନୁଷ୍ଠାନ କାର୍ଯ୍ୟ ଆରମ୍ଭ କରିଛି । ଅନାବଶ୍ୟକ ବିଷୟଗୁଡିକ ସିଲାବସରୁ ଅପସାରିତ ହେବ । ଏହି ହ୍ରାସ ହୋଇଥିବା ପାଠ୍ୟକ୍ରମ ଏକ ମାସ ମଧ୍ୟରେ ପ୍ରସ୍ତୁତ ହେବ । ସେ କହିଛନ୍ତି ଯେ, ଆମେ ସିଲାବସରେ ମୌଳିକ ଉପାଦାନଗୁଡିକ ରଖୁଛୁ ଏବଂ ଅନାବଶ୍ୟକ ପ୍ରସଙ୍ଗଗୁଡିକ ହଟାଉଛୁ ।

ଜୁନ 9ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଛନ୍ତି ଯେ, ବର୍ତ୍ତମାନର ଶିକ୍ଷା ଅଧିବେଶନରେ ବିଦ୍ୟାଳୟ ପାଠ୍ୟକ୍ରମକୁ ଛୋଟ କରିବା ଏବଂ ବିଦ୍ୟାଳୟର ଶ୍ରେଣୀ ଗୃହରେ ପାଠ ପଢାଇବା ସମୟ ହ୍ରାସ କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ଯୋଜନା କରୁଛି । ଏହାଦ୍ବାରା କୋରୋନା ମହାମାରୀ ଏବଂ ଲକଡାଉନ ଦ୍ବାରା ସୃଷ୍ଟି ହୋଇଥିବା ଶିକ୍ଷାରେ କ୍ଷତିକୁ ପୂରଣ କରାଯାଇ ପାରିବ ।

ଏଥିପାଇଁ ଏଚଆରଡି ମନ୍ତ୍ରୀ ମଧ୍ୟ ବିଭିନ୍ନ ଦଳରୁ ପରାମର୍ଶ ଲୋଡିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଅଭିଭାବକ, ଛାତ୍ରମାନଙ୍କ ଶିକ୍ଷକ ଏବଂ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଆଗାମୀ ଶିକ୍ଷାବର୍ଷ ପାଇଁ ସିଲାବସ ଏବଂ ଶିକ୍ଷାନୁଷ୍ଠାନରେ ପାଠ ପଢାର ସମୟ ହ୍ରାସ କରିବାର ଏକ ବିକଳ୍ପ ଉପରେ ବିଚାର କରୁଛୁ । ଏଥିସହ ସେ ଶିକ୍ଷାନୁଷ୍ଠାନ, ଶିକ୍ଷା ବିଶେଷଜ୍ଞ ଏବଂ ଶିକ୍ଷକମାନଙ୍କୁ ଏ ବାବଦରେ ପରାମର୍ଶ ଦେବାକୁ ନିବେଦନ କରିଛନ୍ତି । ସେମାନେ ସେମାନଙ୍କର ମତାମତ ଦେବାକୁ ମନ୍ତ୍ରଣାଳୟ କିମ୍ବା ସେମାନଙ୍କର ଟ୍ୱିଟର ଏବଂ ଫେସବୁକ ପେଜ ବ୍ୟବହାର କରିପାରିବେ ।

ABOUT THE AUTHOR

...view details