ଓଡିଶା

odisha

ETV Bharat / bharat

ସିବିଏସଇ ଅନଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ନାହିଁ: ପୂର୍ବତନ ସିବିଏସଇ ଅଧ୍ୟକ୍ଷ

ସିବିଏସଇ ଅନଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ନଥିବା ପୂର୍ବତନ ସିବିଏସଇ ଅଧ୍ୟକ୍ଷ ଅଶୋକ ଗାଙ୍ଗୁଲି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jun 26, 2020, 9:42 PM IST

ସିବିଏସଇ ଅନଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ନାହିଁ: ପୂର୍ବତନ ସିବିଏସଇ ଅଧ୍ୟକ୍ଷ
ସିବିଏସଇ ଅନଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ନାହିଁ: ପୂର୍ବତନ ସିବିଏସଇ ଅଧ୍ୟକ୍ଷ

ହାଇଦ୍ରାବାଦ: କୋରୋନା ମହାମାରୀ ପାଇଁ ଜାରି ଲକଡାଉନ ସମଗ୍ର ବିଶ୍ବରେ ରହିଥିବା ସ୍କୁଲ, କଲେଜଗୁଡ଼ିକୁ ଶିକ୍ଷାଦାନ ଓ ଶିକ୍ଷଣ କାର୍ଯ୍ୟକଳାପ ପାଇଁ ଭର୍ଚୁଆଲ ଦୁନିଆକୁ ଯିବାକୁ ପ୍ରେରିତ କରିଛି । କିନ୍ତୁ ଭାରତକୁ ଆହୁରି ଅନେକ ବାଟ ବାକି ଅଛି । ଅପ୍ରତ୍ୟାଶିତ ସଙ୍କଟକୁ ଦୃଷ୍ଟିରେ ରଖି ଜିଆରଇ ଏବଂ ଟିଓଇଏଫଏଲ ପାଇଁ ଅନଲାଇନ ପରୀକ୍ଷା କରାଯାଇଛି । ହେଲେ ମଧ୍ୟ ସିବିଏସଇ ଅନଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ନଥିବା ପୂର୍ବତନ ସିବିଏସଇ ଅଧ୍ୟକ୍ଷ ଅଶୋକ ଗାଙ୍ଗୁଲି ପ୍ରକାଶ କରିଛନ୍ତି ।

ସିବିଏସଇ ଅନଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ନାହିଁ: ପୂର୍ବତନ ସିବିଏସଇ ଅଧ୍ୟକ୍ଷ

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅଶୋକ ଗାଙ୍ଗୁଲି କହିଛନ୍ତି, ‘ବିଭିନ୍ନ କାର୍ଯ୍ୟକଳାପରେ ଜଡିତ କାରଣରୁ ଆମ ବ୍ୟବସ୍ଥା ଅନଲାଇନ ପରୀକ୍ଷା କରିବାକୁ ପ୍ରସ୍ତୁତ ନୁହେଁ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଅଧୀନରେ ନାମ ଲେଖାଇଥିବା ବେଳେ ମୁଁ ଭାବୁଛି ବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ସେବା ଯୋଗାଇବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ବ୍ୟବସ୍ଥା ଆପଣାଇବା ପାଇଁ ଅତିକମରେ 3 ରୁ 4 ବର୍ଷ ସମୟ ଲାଗିବ। ଏହା ସହ ବ୍ୟାପକ ଓ ନିୟମିତ ମୂଲ୍ୟାଙ୍କନ ବ୍ୟବସ୍ଥା ରହିବା ଉଚିତ । ଯଦି କେବେ ମହାମାରୀ ହୁଏ, ତେବେ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାୟନ କରିବା ପାଇଁ ସେହି ରେକର୍ଡ ଗୁଡିକର ସାହାଯ୍ୟ ନିଆଯିବା ଉଚିତ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ବିଦ୍ୟାଳୟରେ ଅନଲାଇନ ପରୀକ୍ଷା କରିବା ସମ୍ବଳର ଅଭାବ ଓ ନେଟୱାର୍କ ସମସ୍ୟା ହେତୁ କଷ୍ଟଦାୟକ କାର୍ଯ୍ୟ । ଦେଶରେ ବହୁ ସଂଖ୍ୟକ ସ୍କୁଲ ଓ ଲକ୍ଷାଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଅପରପକ୍ଷେ ଏହା ଏକ ଅସମ୍ଭବ କାର୍ଯ୍ୟ ମଧ୍ୟ ନୁହେଁ କିନ୍ତୁ ଏହା କରିବାକୁ ଆଉ କିଛି ବର୍ଷ ସମୟ ଲାଗିବ।’

ସିବିଏସଇ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ସମସ୍ତ ପରୀକ୍ଷା ଦେଇଛନ୍ତି, ସେମାନଙ୍କର ଫଳାଫଳ ପରୀକ୍ଷା ଆଧାରରେ କରାଯିବ । ଯେଉଁମାନେ ତିନିଟିରୁ ଅଧିକ ବିଷୟର ପରୀକ୍ଷାରେ ଅଂଶ ଗ୍ରହଣ କରିଛନ୍ତି, ସେମାନଙ୍କ ପାଇଁ ଶ୍ରେଷ୍ଠ ଦୁଇଟି ପ୍ରଦର୍ଶନରୁ ମିଳିଥିବା ହାରାହାରି ମାର୍କ ପରୀକ୍ଷା ଦିଆଯାଇନଥିବା ବିଷୟ ଗୁଡିକରେ ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର ଫଳାଫଳ ଆସନ୍ତା ଜୁଲାଇ 15 ତାରିଖ ସୁଦ୍ଧା ଘୋଷଣା କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details