ନୂଆଦିଲ୍ଲୀ: ଦେଶରେ ପରିସ୍ଥିତି ସ୍ବାଭାବିକ ହେଲେ ସିବିଏସଇ ପରୀକ୍ଷା ହେବ । କୌଣସି କାରଣରେ ବି ଏହାକୁ ବର୍ତ୍ତମାନ ପରିସ୍ଥିତିରେ ଅନୁଷ୍ଠିତ ହେବ ନାହିଁ । ଏନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି ।
ବୁଧବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୋଭିଡ-19 ଯୋଗୁଁ ସମସ୍ତ ରାଜ୍ୟରେ ସିବିଏସଇ ପରୀକ୍ଷା ବାତିଲ ହୋଇଥିଲା । ତେବେ ଲକଡାଉନ ଖୋଲିଲା ପରେ କିଛି ଘରୋଇ ସ୍କୁଲ ପକ୍ଷରୁ ପରୀକ୍ଷାର ପୁଣି ଆୟୋଜନ ନେଇ ସୂଚନା ମିଳିଥିଲା । ହେଲେ ଏପରି କୌଣସି ପ୍ରକାର ପଦକ୍ଷେପ ନନେବାକୁ ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପୋଖରିୟାଲ କହିଛନ୍ତି ।