ଓଡିଶା

odisha

ETV Bharat / bharat

ମୁଖ୍ୟ ବିଚାରପତି କରିବେ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି - ସିବିଆଇ ଟିମ

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିକଟକୁ ପଠାଯାଇଛି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଜାମିନ ଆବେଦନ। ତାଙ୍କର ବିଦେଶ ଗସ୍ତ ଉପରେ କଟକଣା ଲଗାଯାଇଛି ।

ଡିଜାଇନ ଫଟୋ

By

Published : Aug 21, 2019, 9:52 AM IST

Updated : Aug 21, 2019, 4:16 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ମୁଣ୍ଡ ଉପରେ ଝୁଲୁଛି ଗିରଫଦାରୀର ଖଣ୍ଡା । ଚିଦାମ୍ବରମଙ୍କ ବିଦେଶ ଗସ୍ତ ଉପରେ ଜାରି ହେଲା କଟକଣା । ଏପରିକି ବିମାନବନ୍ଦରରେ ଏନେଇ ଲଗାଗଲା ନୋଟିସ । ସୁପ୍ରିମକୋର୍ଟର ମୁଖ୍ୟ ବିଚାପତିଙ୍କ ନିକଟକୁ ପଠାଯାଇଛି ଚିଦାମ୍ବରମଙ୍କ ଜାମିନ ଆବେଦନ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କରିବେ ତାଙ୍କର ଆଗୁଆ ଜାମିନ ଆବେଦନର ଶୁଣାଣି।

ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିବାକୁ ଯାଇ ତାଙ୍କ ଘରୁ ବାରମ୍ବାର ନିରାଶ ହୋଇ ଫେରୁଥିବା ବେଳେ, ଅନ୍ୟପକ୍ଷରେ ସେ ମଧ୍ୟ ସିବିଆଇ ପଞ୍ଝାରୁ ବଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ସିବିଆଇ ତୃତୀୟ ଥର ଚିଦାମ୍ବରଙ୍କ ବାସଭବନକୁ ଯାଇ ଖାଲି ହାତରେ ଫେରିଛି । ତେବେ ଦିଲ୍ଲୀର ଉଚ୍ଚ ନ୍ୟାୟାଳୟରେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ, ଚିଦାମ୍ବରମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି ।

ସିବିଆଇ ଟିମ୍ ବୁଧବାର ସକାଳେ ପୁଣି ଥରେ ତାଙ୍କର ଦିଲ୍ଲୀସ୍ଥିତ ଘରେ ପହଞ୍ଚି ଥିବା ବେଳେ ସେ ଏବେ ମଧ୍ୟ ଫେରାର ଅଛନ୍ତି । ତାଙ୍କର ଫୋନ ମଧ୍ୟ ବନ୍ଦ ରହିଛି।

Last Updated : Aug 21, 2019, 4:16 PM IST

ABOUT THE AUTHOR

...view details