ଓଡିଶା

odisha

ETV Bharat / bharat

ସିବିଆଇରୁ ଚିଦାମ୍ବରମଙ୍କୁ ଡକରା, ଘର କାନ୍ଥରେ ନୋଟିସ - p chidambaram

ପୁଣି ଚିଦାମ୍ବରମଙ୍କୁ ସିବିଆଇ ଛାଟ। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଏକ ସମନ ଜାରି ହୋଇଛି। ତାଙ୍କ ବାସଭବନ ଆଗରେ ନୋଟିସ ମରାଯିବା ସହ ଆଗାମୀ 2 ଘଣ୍ଟା ମଧ୍ୟରେ ସିବିଆଇ ଆଗରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫଟୋ ସୌଜନ୍ୟ: ଟ୍ବିଟର@ ANI

By

Published : Aug 21, 2019, 5:22 AM IST

Updated : Aug 21, 2019, 7:43 AM IST

ନୂଆଦିଲ୍ଲୀ: ବଢୁଛି ପୂବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଚିଦାମ୍ବରମଙ୍କ ଅଡୁଆ। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଏକ ସମନ ଜାରି ହୋଇଛି। ତାଙ୍କ ବାସଭବନ ଆଗରେ ନୋଟିସ ମରାଯିବା ସହ ଆଗାମୀ 2 ଘଣ୍ଟା ମଧ୍ୟରେ ସିବିଆଇ ଆଗରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନୂଆଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମଙ୍କ ଦ୍ବାରା ଆବେଦନ କରାଯାଇଥିବା ଆଗୁଆ ଜାମିନକୁ ଆଜି ଖାରଜ କରାଯାଇଛି।

"ଏହି କେସ ଓ ଏହାର ସମସ୍ତ କାର୍ଯ୍ୟାବଳୀ ଉପରେ ପୂର୍ବରୁ ସୂଚନା ଦିଆଯାଇଛି। ଯାହାକୁ ଅପରାଧୀକ ମାମଲା ଚାପ୍ଟର 12 ଅନୁସାରେ ତଦନ୍ତ କରାଯାଉଛି। ତେଣୁ ଯଥାଶୀଘ୍ର 2 ଘଣ୍ଟା ପୂର୍ବରୁ କେସର ତଦନ୍ତ ପାଇଁ ପହଞ୍ଚିବାକୁ ନୋଟିସରେ ଲେଖାଯାଇଥିବା" ତଦନ୍ତକାରୀ ବରିଷ୍ଠ ସିବିଆଇ ଅଫିସର କହିଛନ୍ତି।

ଖବର ଅନୁଯାୟୀ, ଚିଦାମ୍ବରମଙ୍କୁ ଗିରଫ କରିବା ପାଇଁ ସିବିଆଇର ଏକ ଦଳ ଆଜି ତାଙ୍କ ଘରେ ପହଞ୍ଚିଥିଲେ। ହେଲେ ଚିଦାମ୍ବରମ ତାଙ୍କ ଘରେ ନଥିବା ଜଣାପଡିଛି । ଏହାପରେ ସିବିଆଇ ଚିଦାମ୍ବରମ୍‌ଙ୍କ କାର୍ଯ୍ୟକର୍ତ୍ତାଙ୍କୁ ପଚରା ଉଚାରା କରିଥିଲା । ସେପଟେ ସିବିଆଇ ଦଳ ଯିବାର କିଛି କ୍ଷଣ ମଧ୍ୟରେ ଇଡି ମଧ୍ୟ ଚିଦାମ୍ବରମ୍‌ଙ୍କ ଘରେ ପହଞ୍ଚିଥିଲା । ଉଭୟ ଏଜେନ୍ସି ତାଙ୍କୁ ଲଗାତାର ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ଲାଗୁନଥିବା ଜଣାପଡିଛି ।

ତେବେ ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା ପରେ ଚିଦାମ୍ବରମ୍‌ ସୁପ୍ରିମକୋର୍ଟଙ୍କ ଦ୍ବରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ । ଫଳରେ ତାଙ୍କୁ ଗିରଫ କରିବାର ସିବିଆଇର ରାସ୍ତା ସଫା ହୋଇଯାଇଛି ।

Last Updated : Aug 21, 2019, 7:43 AM IST

ABOUT THE AUTHOR

...view details