ଓଡିଶା

odisha

ETV Bharat / bharat

ଲାଞ୍ଚ ନେଇ ଫସିଲେ ଯୋଗାଣ ବିଭାଗର ଆସିଷ୍ଟାଣ୍ଟ କମିଶନର

ଦିଲ୍ଲୀ ପୋଲିସକୁ ସଫଳତା । ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଯୋଗାଣ ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

By

Published : Nov 20, 2020, 10:47 AM IST

CBI arrests Food & Supply dept Asst Commissioner over bribery
ଲାଞ୍ଚ ନେଇ ଫସିଲେ ଯୋଗାଣ ବିଭାଗର ଆସିଷ୍ଟାଣ୍ଡ କମିଶନର

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସକୁ ସଫଳତା ସିବିଆଇ ଜାଲରେ ଖାଦ୍ୟ ଓ ଯୋଗାଣ ବିଭାଗର ଆସିଷ୍ଟାଣ୍ଟ କମିଶନର । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଯୋଗାଣ ବିଭାଗ ଆସିଷ୍ଟାଣ୍ଡ କମିଶନରଙ୍କ ସହ ଜଣେ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ ।

ସୂଚନାଅନୁସାରେ,ଜଣେ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ଅଭିଯୁକ୍ତ ତାଙ୍କୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଦୋକାନୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତେବେ ଗୁରୁବାର ସିବିଆଇ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଯୋଗାଣ ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କ ସହ ଜଣେ କର୍ମଚାରୀଙ୍କୁ ଗିରଫ କରିଛି । ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

@IANS

ABOUT THE AUTHOR

...view details