ଓଡିଶା

odisha

ETV Bharat / bharat

ପାନୀୟ ଉପଯୋଗୀ ନୁହେଁ କାବେରୀ ଜଳ: ସର୍ଭେ

କାବେରୀ ଜଳ ପଦୂଷଣ ପାଇଁ ଏହାର ଶାଖା ନଦୀ ତଳ କାବେରୀ ଓ କୁଶଳନଗର ମୁଖ୍ୟତଃ ଦାୟୀ । ଏହି ନଦୀର ଜଳ ତାମିଲନାଡ଼ୁରେ ପ୍ରବେଶ ପୂର୍ବରୁ କାବେରୀ ଜଳକୁ ସାଂଘାତିକ ପ୍ରଦୂଷିତ କରୁଛି । ଏହାସହ କର୍ଣ୍ଣାଟକର ଦୂଷିତ ନର୍ଦ୍ଦମା ଜଳ ଏବଂ ଶିଳ୍ପାନୁଷ୍ଠାନର ବର୍ଜ୍ୟପାଣି ନଦୀରେ ମିଶୁଥିବାରୁ ଏଭଳି ସ୍ଥିତି ଉପୁଜିଛି।

By

Published : Mar 13, 2019, 3:15 PM IST

ସୋସିଆଲ ମିଡିଆ

ବେଙ୍ଗାଲୁରୁ: ଆରମ୍ଭ ହୋଇଗଲାଣି ଅସହ୍ୟ ତାତି ସହ ଜଳକଷ୍ଟ । ଏଭଳି ଉତ୍କଟ ପରିସ୍ଥିତି ମଧ୍ୟ କର୍ଣ୍ଣାଟକରେ ଦେଖାଦେଇଛି । ପିଇବା ପାଣି ପାଇଁ ଲୋକେବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି । ଏସବୁ ଭିତରେ ବାଙ୍ଗଲୋର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାବେରୀ ଜଳର ଗୁଣବତ୍ତାକୁ ପରୀକ୍ଷଣ କରି ଏହାକୁ ଚତୁର୍ଥ ସ୍ଥାନରେ ସ୍ଥାନିତ କରିଛି। ଅର୍ଥାତ ଏହା ଲୋକଙ୍କ ପିଇବା ପାଇଁ ଉପଯୋଗୀ ନୁହେଁ । ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ରାଜ୍ୟରେ ଜଳ ସଙ୍କଟ ଦେଖାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, କାବେରୀ ଜଳ ପଦୂଷଣ ପାଇଁ ଏହାର ଶାଖା ନଦୀ ତଳ କାବେରୀ ଓ କୁଶଳନଗର ମୁଖ୍ୟତଃ ଦାୟୀ । ଏହି ନଦୀର ଜଳ ତାମିଲନାଡ଼ୁରେ ପ୍ରବେଶ ପୂର୍ବରୁ କାବେରୀ ଜଳକୁ ସାଂଘାତିକ ପ୍ରଦୂଷିତ କରୁଛି । ଏହାସହ କର୍ଣ୍ଣାଟକର ଦୂଷିତ ନର୍ଦ୍ଦମା ଜଳ ଏବଂ ଶିଳ୍ପାନୁଷ୍ଠାନର ବର୍ଜ୍ୟପାଣି ନଦୀରେ ମିଶୁଥିବାରୁ ଏଭଳି ସ୍ଥିତି ଉପୁଜିଛି।

ତାମିଲନାଡ଼ୁର କେନ୍ଦ୍ରାଞ୍ଚଳକୁ ବାଦଦେଲେ ସମସ୍ତ ଅଞ୍ଚଳ ପାଇଁ କାବେରୀ ନଦୀ ଜଳ ଅତି ଜରୁରୀ ହୋଇଥିବା ବେଳେ କର୍ଣ୍ଣାଟକର ଏଭଳି ବେପରୁଆ କାର୍ଯ୍ୟ ଚିନ୍ତାର ବିଷୟ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି । ତେବେ କ୍ଲିନ କାବେରୀ କ୍ୟାମ୍ପେନ ଏହାର ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ସଚେତନା କାର୍ଯ୍ୟକ୍ରମର ଆୟୋଜନ କରୁଛି।

For All Latest Updates

ABOUT THE AUTHOR

...view details