ପାଟନା: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ବିହାରର କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି ମୁଜାଫରପୁରର ସାମାଜିକକର୍ମୀ ଏମ ରାଜୁ ନାୟାର । ତେବେ ଏହି ମାମଲାର ଶୁଣାଣି ସେପ୍ଟମ୍ବର 17ରେ ହେବ ବୋଲି ଜଣାପଡିଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିହାର କୋର୍ଟରେ ମାମଲା
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ବିହାରର କୋର୍ଟରେ ଅଭିଯୋଗ ଅଭିଯୋଗ ଦାଖଲ କଲେ ସାମାଜିକ କାର୍ଯ୍ୟକର୍ତ୍ତା । ଅଧିକ ପଢନ୍ତୁ...
ଏହି ମାମଲାରେ ଅଭିଯୋଗକାରୀ ଏମ ରାଜୁ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ମହିଳାଙ୍କୁ ଅପମାନ କରିଚାଲିଛି । ସୁଶାନ୍ତ ସିଂହଙ୍କ ମାମଲା ଅଭିନେତ୍ରୀ କଙ୍ଗନା ରଣାୱତ ମୁହଁ ଖୋଲିବା ପରେ ବଲିଉଡରେ ଡ୍ରଗ୍ସ କାରବାରର ଗୁମର ଫିଟିଛି । ମହାରାଷ୍ଟ୍ର ସରକାର ଜାଣିଶୁଣି କଙ୍ଗନାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ ।
କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶିବସେନା ସାଂସଦ ଉଦ୍ଧବ ଠାକରେ ବାରମ୍ବାର କଙ୍ଗନାଙ୍କୁ ଅପମାନ କରିଚାଲିଛନ୍ତି । ଏହି ସମସ୍ତ ଘଟଣାକୁ ନେଇ ସିଜେଏମ କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି ଏମ ରାଜୁ ।