ଓଡିଶା

odisha

ETV Bharat / bharat

କ୍ୟାନ୍ସର ଅଟକାଇପାରିନି ସୌନ୍ଦର୍ଯ୍ୟ - bride

ବୈଷ୍ଣଭୀ ଜଣେ କ୍ୟାନ୍ସର ପୀଡିତା । ସେ ନିକଟରେ କ୍ୟାନ୍ସର ସହ ଲଢେଇ କରି ସେଥିରୁ ମୁକ୍ତି ପାଇଛନ୍ତି । ଏଥିପାଇଁ ତାଙ୍କୁ ନିଜର ମୁଣ୍ଡ ବାଳ କାଟିବାକୁ ପଡିଥିଲା । ଏହି ଫଟୋରେ ସେ ଲଣ୍ଡିତ ମସ୍ତକରେ ନଜର ଆସିଛନ୍ତି । ଲଣ୍ଡା ହୋଇଯାଇଥିଲେ ମଧ୍ୟ ସେ ହାର ମାନିନଥିଲେ କିମ୍ବା କୌଣସି ପ୍ରକାର ସଙ୍କୋଚ ପ୍ରକାଶ କରିନଥିଲେ । ବରଂ ସେ ଏପରି ଫଟୋସୁଟ କରି ଅନ୍ୟ କ୍ୟାନ୍ସର ପୀଡିତାଙ୍କ ଆତ୍ମବିଶ୍ବାସ ବଢାଇଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@naviindranpillai

By

Published : Mar 5, 2019, 2:42 PM IST

ନୂଆଦିଲ୍ଲୀ: କୌଣସି ରୋଗ ଆମକୁ ଜୀବନରେ ହରାଇ ପାରିବନି । ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଯାଏ । ଶରୀରର ସୌନ୍ଦର୍ଯ୍ୟତାକୁ ମୁଣ୍ଡ ବାଳ ନିର୍ଦ୍ଧାରଣ କରେ ନାହିଁ । ଏହିସବୁ ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି ବୈଷ୍ଣଭୀ ପୁଭେନ୍ଦ୍ରନ ।

ଇନଷ୍ଟାଗ୍ରାମରେ ନଭୀ ଇନ୍ଦ୍ରନ ପିଲ୍ଲାଇ ନାମରେ ଖ୍ୟାତ ବୈଷ୍ଣଭୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । କିଛିଦିନ ତଳେ ସେ ନିଜ ସୋସିଆଲ ଆକାଉଣ୍ଟରେ ଫଟୋ ସେୟାର କରିଥିଲେ । ଏଥିରେ ସେ ନବବଧୂ ବେଶରେ ନଜର ଆସିଥିଲେ । ତେବେ ଏହା କିଛି ନୂଆ କଥା ନୁହେଁ । ଏପରି ଫଟୋ ସେୟାର କରିବାରେ କଣ ନୂଆ ଖବର ରହିଛି ଆପଣ ଭାବୁଥିବେ । କିନ୍ତୁ ପ୍ରକୃତରେ ଆପଣ ତାଙ୍କ ମୁଣ୍ଡ ଦେଖିଲା ପରେ ଜାଣିପାରିବେ ଏହାର ମହତ୍ତ୍ବ ।

ପ୍ରକୃତରେ ବୈଷ୍ଣଭୀ ଜଣେ କ୍ୟାନ୍ସର ପୀଡିତା । ସେ ନିକଟରେ କ୍ୟାନ୍ସର ସହ ଲଢେଇ କରି ସେଥିରୁ ମୁକ୍ତି ପାଇଛନ୍ତି । ଏଥିପାଇଁ ତାଙ୍କୁ ନିଜର ମୁଣ୍ଡ ବାଳ କାଟିବାକୁ ପଡିଥିଲା । ଏହି ଫଟୋରେ ସେ ଲଣ୍ଡିତ ମସ୍ତକରେ ନଜର ଆସିଛନ୍ତି । ଲଣ୍ଡା ହୋଇଯାଇଥିଲେ ମଧ୍ୟ ସେ ହାର ମାନିନଥିଲେ କିମ୍ବା କୌଣସି ପ୍ରକାର ସଙ୍କୋଚ ପ୍ରକାଶ କରିନଥିଲେ । ବରଂ ସେ ଏପରି ଫଟୋସୁଟ କରି ଅନ୍ୟ କ୍ୟାନ୍ସର ପୀଡିତାଙ୍କ ଆତ୍ମବିଶ୍ବାସ ବଢାଇଥିଲେ ।

ଏପରି ବ୍ରାଇଡଲ ଫଟୋସୁଟ କରି ସେ କର୍କଟ ପୀଡିତାଙ୍କ ଆତ୍ମବିଶ୍ୱାସ ବଢାଇବା ସହ ସେମାନଙ୍କୁ ଜୀବନରେ ହାର ନମାନିବା ପାଇଁ ପ୍ରେରଣା ଦେଇଛନ୍ତି । ତାଙ୍କ କହିବାନୁସାରେ କର୍କଟ ପାଇଁ ଅନେକ ମହିଳାଙ୍କ ସୌନ୍ଦର୍ଯ୍ୟ ହଜି ଯାଇଥାଏ । ସେମାନଙ୍କ ମନରେ ଆତ୍ମବିଶ୍ୱାସ କମି ଯାଇଥାଏ । ଏପରିକି କେତେକଙ୍କର ବିବାହ କରିବାର ସ୍ୱପ୍ନ ଅଧୁରା ରହି ଯାଇଥାଏ । କାରଣ ବିବାହ ଭାଙ୍ଗି ଯାଇଥାଏ । ହେଲେ ଦୃଢ ଇଚ୍ଛାଶକ୍ତି ଓ ବିଶ୍ୱାସ ରଖି ସମସ୍ତେ ନିଜକୁ ସଜାଇ ସୁନ୍ଦର କରିପାରିବେ । କର୍କଟ ଆମକୁ ଭଲ ଅବା ମନ୍ଦ ବିଭିନ୍ନ ଉପାୟରେ ପ୍ରଭାବିତ କରିଥାଏ । କିନ୍ତୁ ଆମେ ଏହାକୁ ଆମ ଜୀବନ ଉପରେ ପ୍ରଭାବ ବିସ୍ତାର କରିବାକୁ ଦେବା ନାହିଁ ବୋଲି ବୈଷ୍ଣଭୀ କହିଛନ୍ତି ।

ଏହି ଫଟୋରେ ସେ ଏକ ଉଜ୍ଜଳ ଟମାଟୋ କଲରର ରେଡ ଶାଢୀ ପିନ୍ଧିଥିଲେ । ହାତରେ ମେହେନ୍ଦୀ ଏବଂ ବିଭିନ୍ନ ଗହଣାରେ ସଜାଇ ହୋଇ ସେ ବେଶ ସୁନ୍ଦର ଦେଖାଯାଉଥିଲେ । ନଭୀ ବିଭିନ୍ନ ପୋଜରେ ଫଟୋ ଉଠାଇଥିଲେ । ଏହି ଫଟୋ ସବୁ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା । ଅନେକ ଲୋକ ଏହାର ପ୍ରଶଂସା କରିବା ସହ ନଭୀଙ୍କ ପଦକ୍ଷେପକୁ ସାବାସୀ ଦେଇଥିଲେ । ଏପରିକି କିଛି ଲୋକ କମେଣ୍ଟ କରି ତାଙ୍କ ସୌନ୍ଦର୍ଯ୍ୟର ତାରିଫ କରିଥିଲେ ।

ABOUT THE AUTHOR

...view details