ନାରାୟଣପୁର: କୋରୋନା ଆତଙ୍କ ଭିତରେ ଛତିଶଗଡରେ ନକ୍ସଲ ମାତିଛନ୍ତି । କିଛିଦିନ ବ୍ୟବଧାନରେ ପୁଣି ଏକ ଆକ୍ରମଣ କରିଛନ୍ତି ଲାଲ ବାହିନୀ । ନାରାୟପୁରରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ହେବା ପରେ ଏପରି ଘଟଣା ଘଟିଛି ।
ଛତିଗଡରେ ମାତିଲେ ନକ୍ସଲ, ଆଇଡି ବ୍ଲାଷ୍ଟରେ ସୁରକ୍ଷାକର୍ମୀ ଆହତ - ଛତିଶଗଡରେ ନକ୍ସଲ
କିଛିଦିନ ବ୍ୟବଧାନରେ ପୁଣି ଏକ ଆକ୍ରମଣ କରିଛନ୍ତି ଲାଲ ବାହିନୀ । କୋରୋନା ଆତଙ୍କ ଭିତରେ ଛତିଶଗଡରେ ନକ୍ସଲ ମାତିଛନ୍ତି । ଅଧିକ ପଢନ୍ତୁ...
ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନ 3ଟାରେ ଓର୍ଚ୍ଚା ଏବଂ ଧାନୋରା ମଧ୍ୟରେ ଏହି ଘଟଣା ଘଟିଛି । ଉଭୟ ପକ୍ଷ ମଧ୍ୟରେ ପ୍ରାୟ 10 ମିନିଟ୍ ଯାଏଁ ଗୁଳି ବିନିମୟ ଚାଲିଥିଲା । ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀ ଯାଉଥିବାବେଳେ ପ୍ରଥମେ ନକ୍ସଲଙ୍କ ପକ୍ଷରୁ ଗୁଳି ମାଡ ହୋଇଥିଲା । ଏହାପରେ ସୁରକ୍ଷାକର୍ମୀ ଏହାର ଉଚିତ ଜବାବ ଦେଇଥିଲେ ।
ତେବେ ନକ୍ସଲ ଗୁଳି ବିନିମୟରେ ସାମାନ୍ୟ ପଛଘୁଞ୍ଚା ଦେଉଥିବାବେଳେ ରିମୋଟ୍ ଦ୍ବାରା ଏକ ଆଇଡି ବ୍ଲାଷ୍ଟ କରିଥିଲେ । ଏଥିରେ ଛତିଶଗଡ ସଶସ୍ତ୍ର ବଳର ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ସେ 16 ବାଟାଲିୟନର ବୋଲି ଖବର ରହିଛି । ପ୍ରାଥମିକ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସେ ରାୟପୁରରେ ଚିକିତ୍ସିତ ହେଉଛନ୍ତି । ପୋଲିସ ପକ୍ଷରୁ ଘଟଣାସ୍ଥଳରେ କମ୍ବିଂ ଅପରେସନ ଜୋରଦାର ହୋଇଛି ।