ଓଡିଶା

odisha

ETV Bharat / bharat

ସରକାରଙ୍କ ଉପରେ ‘ସିଦ୍ଧୁ’ ବୋଝ, ବିନା କାମରେ ଉଠାଉଛନ୍ତି ସରକାରୀ ଲାଭ

ଅଡୁଆରେ ନବଜ୍ୟୋତ ସିଂ ସିଦ୍ଧୁ । ସିଦ୍ଧୁଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିଜେପି ନେତା ତରୁଣ ଚୁଗ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 10, 2019, 2:05 AM IST

ନୂଆଦିଲ୍ଲୀ: ପୁଣିଥରେ ଅଡୁଆରେ ନବଜ୍ୟୋତ ସିଂ ସିଦ୍ଧୁ । କ୍ୟାବିନେଟ ମନ୍ତ୍ରୀ ସିଦ୍ଧୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଞ୍ଜାବ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିଜେପି ନେତା ତରୁଣ ଚୁଗ ।

ସୂଚନା ଅନୁଯାୟୀ ବିଭାଗ ବଦଳିବାର ଏକ ମାସ ପରେ ମଧ୍ୟ ନିଜ ପଦ ସମ୍ଭାଳି ନାହାନ୍ତି ସିଦ୍ଧୁ । ସିଦ୍ଧୁ କୌଣସି ସରକାରୀ କାର୍ଯ୍ୟ ନକରି ବି ସମସ୍ତ ସରକାରୀ ସୁବିଧାର ଲାଭ ଉଠାଉଥିବା ଅଭିଯୋଗ କରିଛନ୍ତି ତରୁଣ ଚୁଗ । ଏନେଇ ଚୁଗ ଜୁଲାଇ 6ରେ ଗଣମାଧ୍ୟମରେ ଏକ ଚିଠି ସେୟାର କରିଥିଲେ । ଯେଉଁଥିରେ ଲୋକସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠନ କରାଯାଇଥିବା ମନ୍ତ୍ରୀମଣ୍ଡଳର ଅଦବଦଳ ହେବା ନେଇ ଉଲ୍ଲେଖ ରହିଛି । ଏଥିରେ ସ୍ଥାନୀୟ ମନ୍ତ୍ରୀଙ୍କୁ ଶକ୍ତି ମନ୍ତ୍ରୀ ଦାୟିତ୍ବ ଦିଆଯାଇଥିବା ବେଳେ ସେ ଅଜ୍ଞାତବାସରେ ଯାଇ ଏପର୍ଯ୍ୟନ୍ତ ନିଜ ଦାୟିତ୍ବ ଗ୍ରହଣ କରି ନାହାଁନ୍ତି । ଯାହାଫଳରେ ସମ୍ବିଧାନିକ ସଂକଟ ସୃଷ୍ଟି ହୋଇଛି ।

ସେପଟେ ଚୁଗ ପୁଣି ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀଙ୍କ ଅନୁପସ୍ଥିତି ଦ୍ବାରା ବିଭାଗରେ କାର୍ଯ୍ୟ ଠପ୍ ହୋଇଯାଇଛି । ଆଉ ଅଘୋଷିତ ବିଦ୍ୟୁତ କାଟ ହେଉଛି । ଏହାଦ୍ବାରା ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସମ୍ଭବତଃ ପ୍ରଥମ ଥର ପାଇଁ ହୋଇଛି । ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ପାଳନ କରୁନାହିଁ କି ନିଜ ବିଭାଗର ଦାୟିତ୍ବ ତୁଲାଉ ନାହିଁ ।

For All Latest Updates

ABOUT THE AUTHOR

...view details