ଓଡିଶା

odisha

ETV Bharat / bharat

ଚିନ୍ତାରେ ସରକାର, ଆମଦାନୀ ହେବ 1.2 ଲକ୍ଷ ଟନ ପିଆଜ - onion price

ଚିନ୍ତାରେ ସରକାର । ଦିନକୁ ଦିନ ବଢିବାରେ ଲାଗିଛି ପିଆଜ ଦର । ଏନେଇ ହେବ ପିଆଜ ଆମଦାନୀ । ଆଗକୁ ପଢନ୍ତୁ...

ପ୍ରତିକାତ୍ମକ ଫଟୋ

By

Published : Nov 21, 2019, 10:43 AM IST

ନୂଆଦିଲ୍ଲୀ:ଆକାଶ ଛୁଆଁ ପିଆଜ ଦର ପାଇଁ ଚିନ୍ତାରେ ସରକାର । ତେବେ ଘରୋଇ ବଜାରରେ ପିଆଜର ଉପଲବ୍ଧ ପାଇଁ 1.2 ଲକ୍ଷ ଟନ ପିଆଜ ଆମଦାନୀକୁ ନେଇ ଖାଦ୍ୟ ମନ୍ତ୍ରଣାଳୟକୁ ମଞ୍ଜୁରୀ ଦେଇଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ମନ୍ତ୍ରୀମଣ୍ଡଳ ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନ 16 ନଭେମ୍ବରରେ କହିଥିଲେ, ସରକାରୀ କମ୍ପାନୀ ଏମଏମଟିଏସ ଜରିଆରେ ଏକ ଲକ୍ଷ ଟନ ପିଆଜର ଆମଦାନୀ କରିବ । ସରକାର ପିଆଜର ଉପଲବ୍ଧି ପାଇଁ ନିଜର ଆମଦାନୀକୁ ବି ମଞ୍ଜୁରୀ ଦେଇଛନ୍ତି ।

ଖରିଫ ଋତୁରେ 2019-20ରେ ପିଆଜର ଉତ୍ପାଦନରେ 26 ପ୍ରତିଶତ ହ୍ରାସ ପାଇଥିବାରୁ ଏଭଳି ସମସ୍ୟାର ସାମନା କରୁଛନ୍ତି ଖାଉଟି । ବୁଧବାର ଦିଲ୍ଲୀ ଆଜଦପୁରରେ ପିଆଜ କିଲୋପ୍ରତି 40-60 ଟଙ୍କା ରହିଛି । ପୂର୍ବାପେକ୍ଷା ଦର 15ରୁ 20 ଟଙ୍କା ବୃଦ୍ଧି ହୋଇଛି ।

ଏହାସହ ଦିଲ୍ଲୀ ଏନସିଆରରେ ପିଆଜ କିଲୋପ୍ରତି 60-80 ଟଙ୍କା ରହିଛି । କିଛି ଦିନ ପୂର୍ବେ ରାଜଧାନୀରେ ଦର 100 ପର୍ଯ୍ୟନ୍ତ ଛୁଇଁଥିଲା । ଏପଟେ ସରକାର ଆମଦାନୀ ସୁନିଶ୍ଚିତ କରିବା ପାଇଁ ଭଣ୍ଡାରର ସୀମା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details