ପୁଣେ: କୋରୋନା ସଙ୍କଟ ମଧ୍ୟରେ ଜାରି ରହିଛି ସଂଘର୍ଷ । କିଏ ପେଟ ପାଇଁ ସଂଘର୍ଷ କରୁଛି ତ ଆଉ କିଏ ଜୀବନ ପାଇଁ । ଏହାରି ଭିତରେ କ୍ୟାବ ଚାଳକଙ୍କ ସମସ୍ୟା ମଧ୍ୟ ଦୁଇଗୁଣିତ ବଢିଯାଇଛି । କୋରୋନା ଯୋଗୁଁ ମହାରାଷ୍ଟ୍ରରେ ଗତ 4 ମାସ ଧରି ଆନ୍ତଃଜିଲ୍ଲାପରିବହନ ବନ୍ଦ ରହିଛି । ଫଳରେ ରୋଜଗାର ହରାଇଛନ୍ତି କ୍ୟାବ ଚାଳକ । ଏହାର ଅତ୍ୟଧିକ ପ୍ରଭାବ ପୁଣେରେ ଦେଖିବାକୁ ମିଳିଛି ।
ମହାରାଷ୍ଟ୍ରର ମାନବ ବିକାଶ କ୍ୟାବ ସଂଗଠନର ମୁଖ୍ୟ ସଞ୍ଜୟ ନନ୍ଦନ ପାୱରଙ୍କ କହିବା କଥା ହେଲା, ସରକାର ଲକଡାଇନ ଅବଧି ବଢାଇବା ପୂର୍ବରୁ କ୍ୟାବ ଡ୍ରାଇଭରଙ୍କ କଥା ଚିନ୍ତା କରୁନାହାଁନ୍ତି । ଦିନେ କି ଦୁଇ ଦିନର କଥା ନୁହେଁ ବରଂ ଦୀର୍ଘ 4 ମାସ ହେବ ବ୍ୟବାସାୟ ଠପ୍ ହୋଇପଡିଛି । ବ୍ୟାଙ୍କରୁ ଆଣିଥିବା ଋଣ ମଧ୍ୟ ସୁଝେଇବାକୁ କଷ୍ଟ ହେଉଥିବା ବେଳେ ଇଏମଆଇ ଭରିବାକୁ ହାତରେ ଟଙ୍କା ନାହିଁ ।