ଓଡିଶା

odisha

ETV Bharat / bharat

ପବିତ୍ର ଅକ୍ଷୟ ତୃତୀୟା, ରାଶି ଅନୁସାରେ କିଣନ୍ତୁ ଏହି ସାମଗ୍ରୀ

ଅକ୍ଷୟ ତୃତୀୟା ହିନ୍ଦୁ ରୀତିନୀତିରେ ଏକ ପବିତ୍ର ଦିନ। ଏହି ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଏ । କୃଷକ ଏହିଦିନ ଅମୃତ ବେଳାରେ କୃଷି କାର୍ଯ୍ୟର ଆରମ୍ଭ କରିଥାଏ ।

By

Published : May 7, 2019, 12:36 PM IST

ଫାଇଲ ଫଟୋ

ଅକ୍ଷୟ ତୃତୀୟା ହିନ୍ଦୁ ରୀତିନୀତିରେ ଏକ ପବିତ୍ର ଦିନ। ଏହି ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଏ । କୃଷକ ଏହିଦିନ ଅମୃତ ବେଳାରେ କୃଷି କାର୍ଯ୍ୟର ଆରମ୍ଭ କରିଥାଏ ।

ପୁରାଣବର୍ଣ୍ଣନା ଅନୁସାରେ ଏହି ଦିନ ଯେକୌଣସି ବି କାର୍ଯ୍ୟ କରାଯାଏ ତାହା ଅନ୍ୟଦିନ ଅପେକ୍ଷା 100 ଗୁଣ ଅଧିକ ଶୁଭଫଳ ମିଳିଥାଏ । ଏହିଦିନ ଦାନଧର୍ମ ଓ ବିଭିନ୍ନ ଶୁଭକାର୍ଯ୍ୟ କରାଯାଏ । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷଶାସ୍ତ୍ର ଅନୁସାରେ କ'ଣ ରହିଛି ଏହି ଦିନର ମହାତ୍ମ୍ୟ ।

1. ଏହି ଦିନ ବୃଷଭ, ମକର ତୁଳା ଓ କନ୍ୟା ରାଶିର ଜାତକରେ ଚାନ୍ଦିର ଲକ୍ଷ୍ମୀ ଓ ଗଣେଷର ମୁଦ୍ରା କ୍ରୟ କରିବା ଶୁଭ ହୋଇଥାଏ ।

2. ଅକ୍ଷୟ ତୃତୀୟା ଦିନ ଧନୁ, କୁମ୍ଭ, ମୀନ ଓ ସିଂହ ରାଶିର ଲୋକମାନେ ସୁନାର ଗହଣା କ୍ରୟ କରିବା ଶୁଭଫଳ ପ୍ରଦାନ କରେ ।

3. ଏହି ଦିନ କର୍କଟ, ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କୁ ଚାନ୍ଦିର ଗହଣା କ୍ରୟ କରିବା ଉଚିତ୍ ।

4. ଅକ୍ଷୟ ତୃତୀୟ ଦିନ ମେଷ ରାଶିର ଜାତକରେ ସୁନା ଓ ତମ୍ବାର ବସ୍ତୁ କ୍ରୟକରିବା ଶୁଭ ହୋଇଥାଏ ।

5. ଏହିଦିନ ବୃଷଭ ରାଶିର ଲୋକମାନେ ସୁନାର ସାମଗ୍ରୀ କ୍ରୟ କରିବା ଶୁଭ ମନାଯାଏ । ଏହାସହ ତମ୍ବାର ପାତ୍ର କ୍ରୟ କରିବା ଶୁଭଫଳ ଦେଇଥାଏ ।

For All Latest Updates

ABOUT THE AUTHOR

...view details