ଉତ୍ତର ପ୍ରଦେଶ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲୁଛି । ଭୋଟ ଦେବା ପାଇଁ ଧାଡି ବନ୍ଧିଛନ୍ତି ଭୋଟର । ଇତିମଧ୍ୟରେ ବୁଲନ୍ଦସହରର ବିଜେପି ସାଂସଦ ଭୋଲା ସିଂହଙ୍କ ବିରୋଧରେ ଜିଲ୍ଲାପାଳ ଏକ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କୁ କୌଣସି ପୋଲିଂ ବୁଥକୁ ଯିବା ପାଇଁ ରୋକ ଲଗାଇଛନ୍ତି ଜିଲ୍ଲାପାଳ ।
ବୁଲନ୍ଦସହରର ବିଜେପି ସାଂସଦଙ୍କୁ ପୋଲିଂ ବୁଥ୍ ମନା - polling booth
ବୁଲନ୍ଦସହରର ବିଜେପି ସାଂସଦ ଭୋଲା ସିଂହଙ୍କ ବିରୋଧରେ ଜିଲ୍ଲାପଳ ଏକ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ କୌଣସି ପୋଲିଂ ବୁଥକୁ ଯିବା ପାଇଁ ରୋକ ଲଗାଯାଇଛି।
ପ୍ରତିକାତ୍ମକ ଫଟୋ
ସୂଚନା ଅନୁସାରେ ଭୋଲା ସିଂହ ବୁଲନ୍ଦସହରର ଏକ ପୋଲିଂ ବୁଥକୁ ପହଞ୍ଚିଥିଲେ। ଆଉ ସେଠାରେ ଥିବା ଇଭିଏମ ପାଖକୁ ଯିବା ପାଇଁ ପ୍ରୟାସ କରୁଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଯିବା ପାଇଁ ମନା କରିଥିଲେ। ଏହାପରେ ବିଜେପି ସାଂସଦ ସୁରକ୍ଷାକର୍ମୀଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହି ଘଟଣା ପରେ ଜିଲ୍ଲା ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।