ଓଡିଶା

odisha

ETV Bharat / bharat

ସଂସଦରେ ଦିଲ୍ଲୀ ହିଂସା ଝଡ: ମଙ୍ଗଳବାର ଯାଏଁ ଉଭୟ ଗୃହ ମୁଲତବୀ

ସୋମବାର ଠାରୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିଲ୍ଲୀ ହିଂସାକୁ ନେଇ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏହାକୁ ଦୃଷ୍ଟିରେ ରଖି ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମଙ୍ଗଳବାର 11ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।

Budget Session
ସଂସଦ

By

Published : Mar 2, 2020, 4:38 PM IST

ନୂଆଦିଲ୍ଲୀ: ସୋମବାର ଠାରୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିଲ୍ଲୀ ହିଂସାକୁ ନେଇ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏହା ସହିତ ସେମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି । ତେବେ ବିରୋଧୀ ସାଂସଦଙ୍କ ହଙ୍ଗାମାକୁ ଦୃଷ୍ଟିରେ ରଖି ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମଙ୍ଗଳବାର 11ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଲୋକସଭା

ସୋମବାର ଲୋକସଭା ଆରମ୍ଭରୁ ଦିବଂଗତ ଜେଡିୟୁ ସାଂସଦ ବୈଦ୍ୟନାଥ ପ୍ରସାଦ ମାହାତୋଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଶ୍ରଦ୍ଧାଞ୍ଜଳୀ ଦେବା ପରେ ବିରୋଧୀ ଦଳ ଦିଲ୍ଲୀ ପ୍ରସଙ୍ଗ ଉଠାଇଥିଲେ । ଯାହାପରେ ବାଚସ୍ପତି ଲୋକସଭାକୁ ଦିନ 2ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ଅପରାହ୍ନ 2ଟା ସମୟରେ ଲୋକସଭା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଥିଲା । ହେଲେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଦିଲ୍ଲୀ ହିଂସାକୁ ନେଇ ବିପକ୍ଷ ସାଂସଦମାନେ ନାରାବାଜି କରିବା ସହ ଅମିତ ଶାହାଙ୍କ ଇସ୍ତଫା ଦାବି କରିଥିଲେ । ଏପରିକି ସେମାନେ ଗୃହରେ ପ୍ଲାକାର୍ଡ ମଧ୍ୟ ଦେଖାଇଥିଲେ ।

ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ବିରୋଧୀ ସାଂସଦଙ୍କ ଏଭଳି କାର୍ଯ୍ୟକୁ କଡା ନିନ୍ଦା କରି କହିଥିଲେ, ଯେଉଁମାନେ 1984ରେ 3000 ଲୋକଙ୍କ ମୃତ୍ୟୁ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ସେମାନେ ଆଜି ସଂସଦରେ ହଙ୍ଗାମା କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଥିଲେ ।

ସେହିପରି ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ।

ABOUT THE AUTHOR

...view details