ଓଡିଶା

odisha

ETV Bharat / bharat

ଆଜିଠାରୁ ସଂସଦର ବଜେଟ ଅଧିବେଶନ, ଉଦବୋଧନ ଦେବେ ରାଷ୍ଟ୍ରପତି

ଆଜିଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ...

ବଜେଟ ଅଧିବେଶନ
ବଜେଟ ଅଧିବେଶନ

By

Published : Jan 29, 2021, 6:33 AM IST

Updated : Jan 29, 2021, 10:39 AM IST

ଭୁବନେଶ୍ବର: ଆଜିଠାରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । କୋରୋନା ସଂକ୍ରମଣ ପ୍ରଭାବରେ ଭୁଶୁଡିପଡିଥିବା ଦେଶର ଅର୍ଥନୀତିକୁ ସଞ୍ଜୀବନୀ ଦେବାକୁ ଏହି ଅଧିବେଶନ ଗୁରୁତ୍ବ ବହନ କରିବ ।

ତେବେ ଏଥର ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସାଂସଦମାନେ ସେଣ୍ଟ୍ରାଲ ହଲ ସମେତ ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିବେ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଏହା ଉପରେ ଆଲୋଚନା କରାଯିବ । ପରେ ଫେବୃଆରୀ 1 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22ର ବଜେଟ ଉପସ୍ଥାପନ କରିବେ । ଏଥରେ ବଜେଟ ପେପରଲେସ ହେବ ବୋଲି ମଧ୍ୟ କୁହାଯାଇଛି ।

ସେପଟେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ 18ଟି ବିରୋଧୀ ଦଳ ବର୍ଜନ କରିବେ । ତେବେ ଏଥିରେ ବିଜେଡି ସାମିଲ ହେବ ନାହିଁ ବୋଲି ସୂଚନା ମିଳିଛି । କୃଷି ଆଇନକୁ ନେଇ ବିରୋଧୀଦଳ ଗୁଡିକ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । କଂଗ୍ରେସ, ଶିବସେନା, ଏନସିପି ଓ ତୃଣମୂଳ କଂଗ୍ରେସ ପରି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ଜଣାପଡିଛି । ସେହିପରି ଆଜି ମଧ୍ୟ ଚଳିତ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ । ସଂସଦ କାର୍ଯ୍ୟ ଆରମ୍ଭ ହେବା ପରେ ସଂସଦରେ ଏହା ଉପସ୍ଥାପନ କରାଯିବ ।

ସୂଚନାଥାଉକି, ଚଳିତ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଆଜିଠାରୁ(ଜାନୁଆରୀ 29) ଫେବୃଆରୀ 15 ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 8ରୁ ଅପ୍ରେଲ 8 ତାରିଖ ଯାଏ ଚାଲିବ । କୋରୋନାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ଅଧିବେଶନ 4 ଘଣ୍ଟା ଚାଲିବ । ଏହି ସମୟରେ କୋଭିଡ୍‌ର ସମସ୍ତ ଗାଇଡଲାଇନ ପାଳନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 29, 2021, 10:39 AM IST

ABOUT THE AUTHOR

...view details