ଓଡିଶା

odisha

ETV Bharat / bharat

ଚପଲରେ ଆଣୁଥିଲେ 5 କୋଟି ମୂଲ୍ୟର ହେରୋଇନ, ବିଏସଏଫ କଲା ଜବତ - ବିଏସଏଫ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି

ବିଏସଏଫ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଭିନ୍ନ ସ୍ଥାନରେ ଅପରେସନ କରି ବିଏସଏଫ ଏହି ଅଭିଯୁକ୍ତଙ୍କ ଠାରୁ 3 କିଲୋଗ୍ରାମ 616 ଗ୍ରାମ ହେରୋଇନ୍ ଓ 30 ଗ୍ରାମ ଅଫିମ ମଧ୍ୟ ଉଦ୍ଧାର କରିଛି ।

ଚାଷୀଙ୍କଠାରୁ ହେରୋଇନ ଜବତ କଲା ବିଏସଏଫ
ଚାଷୀଙ୍କଠାରୁ ହେରୋଇନ ଜବତ କଲା ବିଏସଏଫ

By

Published : Aug 23, 2020, 1:29 PM IST

ଚଣ୍ଡୀଗଡ: ବିଏସଏଫ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଭିନ୍ନ ସ୍ଥାନରେ ଅପରେସନ କରି ବିଏସଏଫ ଏହି ଅଭିଯୁକ୍ତଙ୍କ ଠାରୁ 3 କିଲୋଗ୍ରାମ 616 ଗ୍ରାମ ହେରୋଇନ୍ ଓ 30 ଗ୍ରାମ ଅଫିମ ମଧ୍ୟ ଉଦ୍ଧାର କରିଛି । ପ୍ରକାଶଥାଉକି, ଯବାନମାନେ ତାରାସିଂ ପୋଲିସ ଷ୍ଟେସନ ଅଞ୍ଚଳରୁ 1 କିଲୋଗ୍ରାମ 120 ଗ୍ରାମ ହେରୋଇନ ଓ ନୌଶେରା ଢାଲା ଠାରୁ 2 କିଲୋଗ୍ରାମ 416 ଗ୍ରାମ ହେରୋଇନ ଉଦ୍ଧାର କରିଛନ୍ତି ।

ତାରନତାରନର ଖାଲରା ସେକ୍ଟର ଅଧୀନରେ ଥିବା ବିଏସଏଫ ସୀମା ପୋଷ୍ଟରେ ଥିବା ତାରା ସିଂଙ୍କ ଅଧୀନରେ ଥିବା ବାରବେଡ ତାର ଫାଟକ ଦେଇ ଚାଷ କରିବାକୁ ଯାଇଥିବା 5 ଜଣ ଚାଷୀଙ୍କଠାରୁ ଏହା ଜବତ କରାଯାଇଛି । ସେମାନେ ନିଜ ଚପଲରେ ଏହି ହେରୋଇନ ଆଣିଥିଲେ । ଉକ୍ତ 5 ଜଣଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ଜବତ ହେରୋଇନର ମୂଲ୍ୟ 5 କୋଟି 60 ଲକ୍ଷ ଟଙ୍କା ବୋଲି କୁହାଯାଉଛି ।

ଖଲରା ପୋଲିସ ଷ୍ଟେସନ ଓ ସାରାଇ ଅମାନତ ଖାନ୍ ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବିକ୍ରମଜିତ୍ ସିଂ, ନିର୍ମଲ ସିଂ, ନାଛାତର ସିଂ, ପଞ୍ଜାବ ସିଂ ଓ ରାଜୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details