ଓଡିଶା

odisha

ETV Bharat / bharat

ଭାରତରେ ବାଂଲାଦେଶୀଙ୍କ ଅନୁପ୍ରବେଶ, ଗିରଫ କଲା ବିଏସଏଫ

ବେଆଇନ ଭାବେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶୀଙ୍କୁ ଗିରଫ କରିଛି ବିଏସଏଫ । ଜୁନ୍ 20 ରୁ ପାଞ୍ଚଟି ଭିନ୍ନ ଭିନ୍ନ ଘଟଣାରେ ଅତି କମରେ 6 ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ଦୁଇଜଣ ଶିଶୁ ଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...

ଭାରତରେ ବାଂଲାଦେଶୀଙ୍କ ଅନୁପ୍ରବେଶ, ଗିରଫ କଲା ବିଏସଏଫ୍
ଭାରତରେ ବାଂଲାଦେଶୀଙ୍କ ଅନୁପ୍ରବେଶ, ଗିରଫ କଲା ବିଏସଏଫ୍

By

Published : Jul 7, 2020, 4:12 PM IST

କୋଲକାତା: ବେଆଇନ ଭାବେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶୀଙ୍କୁ ଗିରଫ କରିଛି ବିଏସଏଫ । ସୀମା ସୁରକ୍ଷା ବଳ (ବିଏସଏଫ) ସୋମବାର ଦିନ ପେଟ୍ରାପୋଲ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଭିତରେ ଲୁଚି ରହିଥିବା ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ଏହା ମାନବ ଚାଲାଣ ମାମଲା ବୋଲି ବିଏସଏଫ ସନ୍ଦେହ କରୁଛି। ପଚରାଉଚରା ବେଳେ ଉକ୍ତ ବ୍ୟକ୍ତି ଜଣାଇଛନ୍ତି ଯେ ତାଙ୍କ ନାମ ମହମ୍ମଦ ଅବୁ ତାହିର ଏବଂ ସେ ବାଂଲାଦେଶର କୋମିଲା ବୁର୍ବୁରିଆର ବାସିନ୍ଦା।

41 ବର୍ଷୀୟ ଏହି ବ୍ୟକ୍ତି ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ପଶ୍ଚିମବଙ୍ଗର ଉତ୍ତର 24 ପରଗନାରେ କାମ କରିବାକୁ ଭାରତ ଆସିଥିଲେ । ପେଟ୍ରାପୋଲ ହେଉଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚେକପଏଣ୍ଟ । ଟ୍ରେନରୁ ମାଲ ଖାଲି ହେଲେ କୋଚ୍ ସିଲ୍ କରିବାକୁ କୁହାଯାଇଛି, ଯଦ୍ବାରା ବେଆଇନ ଅନୁପ୍ରବେଶକୁ ରୋକାଯାଇପାରିବ।

ଜୁନ୍ 20 ରୁ ପାଞ୍ଚଟି ଭିନ୍ନ ଭିନ୍ନ ଘଟଣାରେ ଅତି କମରେ 6 ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ଦୁଇଜଣ ଶିଶୁଙ୍କୁ ଭାରତକୁ ଚାଲାଣ କରାଯାଉଥିବା ବେଳେ ଅନ୍ୟ ତିନିଜଣ ମାଲବାହୀ ଟ୍ରେନ୍ ଭିତର ଏକ ବ୍ୟାଗରେ ଲୁଚି ରହିଥିଲେ ।

@ANI

ABOUT THE AUTHOR

...view details