ଗୌହାଟି: ଆସାମର ସୀମା ସୁରକ୍ଷା ବଳ(ବିଏସଏଫ)ର ଜଣେ ସହାୟକ ଉପ-ନିରିକ୍ଷକଙ୍କୁ ବିଦେଶୀ ଘୋଷିତ କରାଯାଇଛି । ଆସାମ ଜୋରହାଟର ମୁଜିବୁର ରେହମାନ ବିଦେଶୀ ଟ୍ରିବ୍ୟୁନାଲ ଦ୍ବାରା ବିଦେଶୀ ଘୋଷିତ ହୋଇଛନ୍ତି । ତେବେ ମିଜିବୁର ରେହମାନଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ବିଦେଶୀ ଘୋଷିତ କରାଯାଇଛି । କିନ୍ତୁ ତାଙ୍କ ମା ବାପା ଏବଂ ଭାଇ-ଭଉଣୀ ଭାରତୀୟ ତାଲିକାରେ ସ୍ଥାନ ପାଇଛନ୍ତି ।
ପଞ୍ଜାବ ସୀମାରେ ନିୟୋଜିତ ଥିବା 35 ବର୍ଷିୟ ରେହମାନ ଛୁଟିରେ ଘରକୁ ଆସିଥିବା ବେଳେ ଏନେଇ ସେ ଜାଣିବାକୁ ପାଇଥିଲେ । ଏନେଇ ତାଙ୍କୁ ଟ୍ରିବ୍ୟୁନାଲ ପକ୍ଷରୁ କୌଣସି ନୋଟିସ ମଧ୍ୟ ଦିଆଯାଇନଥିଲା । ଭାରତୀୟ ରାଷ୍ଟ୍ରୀୟ ନାଗରିକତା ସୂଚିରେ ତାଙ୍କ ନାଁ ନଥିବାରୁ ଟ୍ରିବ୍ୟୁନାଲ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ତେବେ ତାଙ୍କ ପରିବାର ପକ୍ଷରୁ 1923 ପରର ସମସ୍ତ କାଗଜପତ୍ର ଦାଖଲ କରାଯାଇଥିବା ଜଣା ପଡିଛି । ବାସ୍ତବରେ ଭାରତୀୟ ହୋଇସୁଦ୍ଧା ତାଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡୁଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ରେହମାନ ।