ଓଡିଶା

odisha

ETV Bharat / bharat

IMCT ଏସର୍କଟ ଡ୍ରାଇଭରକୁ କୋରୋନା, କ୍ଵାରେଣ୍ଟାଇନରେ ଗଲେ 50 ବିଏସଏଫ୍ ଯବାନ

ସୀମା ସୁରକ୍ଷା ବଳ (ବିଏସଏଫ) ର ଡ୍ରାଇଭର ଠାରେ କୋରୋନା ପଜିଟିଭ୍ ଦେଖାଦେଇଛି। ଯିଏ କୋଲକାତାର ଆନ୍ତଃ-ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) କନଭୋ ପାଇଁ ଏସକର୍ଟ କାର ଚଳାନ୍ତି। ସେ କୋଭିଡ୍-19 ପାଇଁ ପରୀକ୍ଷା କଲା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

IMCT ଏସର୍କଟ ଡ୍ରାଇଭରକୁ କୋରୋନା, କ୍ଵାରେଣ୍ଟାଇନରେ ଗଲେ 50 ବିଏସଏଫ୍ ଯବାନ

By

Published : May 5, 2020, 2:58 PM IST

କୋଲକାତା: ସୀମା ସୁରକ୍ଷା ବଳ (ବିଏସଏଫ) ର ଡ୍ରାଇଭର ଠାରେ କୋରୋନା ପଜିଟିଭ୍ ଦେଖାଦେଇଛି। ଯିଏ କୋଲକାତାର ଆନ୍ତଃ-ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) କନଭୋ ପାଇଁ ଏସକର୍ଟ କାର ଚଳାନ୍ତି। ସେ କୋଭିଡ୍-19 ପାଇଁ ପରୀକ୍ଷା କଲା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ତେଵେ "ଡ୍ରାଇଭରକୁ ତୁରନ୍ତ ପଦକ୍ଷେପ ସ୍ବରୂପ ଏପ୍ରିଲ 30 ରେ କାର୍ଯ୍ୟରୁ ହଟାଇ ଦିଆଯିବା ସହ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ଏପରିକି ତାଙ୍କ ସହ ଯୋଗାଯୋଗ କରିଥିବା 50 ଜଣ ଯବାନଙ୍କୁ ମଧ୍ୟ କ୍ଵାରେଣ୍ଟାଇନ୍ ମଧ୍ୟରେ ରଖାଯାଇଛି।

ଏହାପୂର୍ବରୁ ମଙ୍ଗଳବାର ଆଇଏମସିଟି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଚିଠି ଲେଖି କହିଛନ୍ତି ଯେ, ରାଜ୍ୟରେ ମାମଲା ରିପୋର୍ଟ ସଙ୍ଗନୀ ରହିଛି। ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ରାଜ୍ୟରେ ତାଙ୍କର ଶେଷ ଦିନରେ ଦାଖଲ କରିଥିବା ଏକ ଷ୍ଟାଟସ୍ ରିପୋର୍ଟରେ ଆଇଏମସିଟି ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛି ଯେ,ଏହା 50 ଲକ୍ଷ ଲୋକଙ୍କ ଉପରେ ସର୍ଭେ କରିଛି। ପରିସଂଖ୍ୟାନ ରିପୋର୍ଟରେ ରାଜ୍ୟ ସ୍ୱଚ୍ଛ ଏବଂ ସ୍ଥିର ହେବା ଆବଶ୍ୟକ ଏବଂ ଜୀବାଣୁ ବିସ୍ତାର ନକରିବା ଆବଶ୍ୟକ ବୋଲି ଆଇଏମସିଟି ନେତା ଆପୁରଭା ଚନ୍ଦ୍ର ରିପୋର୍ଟରେ ଦର୍ଶାଇଛନ୍ତି।

ଚନ୍ଦ୍ର ଚିଠିରେ ଲେଖିଛନ୍ତି, "ଦେଶରେ ପଶ୍ଚିମବଙ୍ଗରେ ସର୍ବାଧିକ ମୃତ୍ୟୁ ହାର 12.8 ପ୍ରତିଶତ ରହିଛି। ଏହି ଅତ୍ୟଧିକ ମୃତ୍ୟୁ ହାର କମ୍ ପରୀକ୍ଷା, ଦୁର୍ବଳ ମନିଟରିଂ ଏବଂ ଟ୍ରାକିଂର ଏକ ସ୍ପଷ୍ଟ ସଂକେତ ଅଟେ।

ABOUT THE AUTHOR

...view details