ଓଡିଶା

odisha

ETV Bharat / bharat

'ଏୟାର ଷ୍ଟ୍ରାଇକ କରି ଘରେ ପଶି ମାରିବାର ସନ୍ଦେଶ ଦେଇଥିଲୁ' - bs dhanoa on balakot airstrike

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ବେଳେ ଆମେ ନିଜ କ୍ଷେତ୍ରରୁ ମଧ୍ୟ ସେମାନଙ୍କ ଉପରେ ଆକ୍ରମଣ କରିପାରିଥାନ୍ତୁ । କିନ୍ତୁ ଆମେ ତାଙ୍କ ଘରେ ପ୍ରବେଶ କରି ମଧ୍ୟ ଆକ୍ରମଣ କରିପାରିବୁ ବୋଲି ସେମାନଙ୍କୁ ସନ୍ଦେଶ ଦେବାକୁ ଚାହୁଁଥିଲୁ ବୋଲି ପୂର୍ବତନ ବାୟୁସେନା ମୁଖ୍ୟ ବିଏସ ଧନୱା କହିଛନ୍ତି । ଅଧିକ ପଢନ୍ତୁ ।

bs-dhanoa
ବିଏସ ଧନୱା

By

Published : Feb 26, 2020, 1:18 PM IST

ନୂଆଦିଲ୍ଲୀ: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ବର୍ଷେ ପୂରିଛି । ଘଟଣା ସମ୍ପର୍କରେ ଭାବିଲେ ଏବେ ଆମକୁ ସନ୍ତୁଷ୍ଟ ଅନୁଭବ ହେଉଛି ବୋଲି ଏୟାର ଷ୍ଟ୍ରାଇକରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ପୂର୍ବତନ ବାୟୁସେନା ମୁଖ୍ୟ ବିଏସ ଧନୱା କହିଛନ୍ତି ।

ବାଲକୋଟ୍‌ ଷ୍ଟ୍ରାଇକର ବର୍ଷପୂର୍ତ୍ତୀ ଅବସରରେ ପ୍ରତିକ୍ରିୟା ଦେଇ ଧନୱା କହିଛନ୍ତି, ବାଲକୋଟ ଅପରେଶନ ପରେ ଅନେକ କିଛି ପରିବର୍ତ୍ତନ ଆସିଛି । ଏୟାର ଷ୍ଟ୍ରାଇକ ପରେ ଆମକୁ ଅନେକ କିଛି ଶିକ୍ଷାଲାଭ କରିବାକୁ ମିଳିଛି । ଘଟଣା ପରେ ମୂଳ ରୂପରେ ଆମର କାର୍ଯ୍ୟକରିବାର ପ୍ରଣାଳୀରେ ପରିବର୍ତ୍ତନ ଆସିଛି । ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ଶିବିର ଧ୍ବଂସ କରିପାରିବ ବୋଲି ଦ୍ବିତୀୟ ପକ୍ଷ ବିଶ୍ବାସ କରିପାରୁନାହାଁନ୍ତି । କିନ୍ତୁ ଏହାକୁ ଆମେ ସଫଳତାପୂର୍ବକ କରି ଦେଖାଇଛୁ ବୋଲି ଧନୱା କହିଛନ୍ତି ।

ବିଏସ ଧନୱା

ଧନୱା ଆହୁରି କହିଛନ୍ତି ଯେ, ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇନାହିଁ । କାରଣ ଆମେ ଏହାର ଉଚିତ ଜବାବ ଦେବୁ ବୋଲି ସେମାନଙ୍କ ମନରେ ଭୟ ରହିଛି । ସେତେବେଳେ ଆମେ ନିଜ କ୍ଷେତ୍ରରୁ ମଧ୍ୟ ସେମାନଙ୍କ ଉପରେ ଆକ୍ରମଣ କରିପାରିଥାନ୍ତୁ । କିନ୍ତୁ ଆମେ ତାଙ୍କ ଘରେ ପ୍ରବେଶ କରି ମଧ୍ୟ ତାଙ୍କ ଉପରେ ଆକ୍ରମଣ କରିପାରିବୁ ବୋଲି ସେମାନଙ୍କୁ ସନ୍ଦେଶ ଦେବାକୁ ଚାହୁଁଥିଲୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ୨୦୧୯ ଫେବୃୟାରୀ ୨୬ ଭୋର୍‌ ୩ଟା ୩୦ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ବାଲାକୋଟସ୍ଥିତ ଜୈଶ୍‌ ଆତଙ୍କବାଦୀ ଶିବିରରେ ଏୟାର ଷ୍ଟ୍ରାଇକ କରାଯାଇଥିଲା । ୧୦୦୦ କିଗ୍ରା ବୋମା ମାଡ଼ କରି ଅନେକ ଆତଙ୍କବାଦୀଙ୍କୁ ନିହତ କରିବା ସହ ଆତଙ୍କବାଦୀ ଶିବିର ନଷ୍ଟ କରିଦେଇଥିଲେ ବାୟୁସେନା । ତେବେ ଏପରି କରି ଭାରତ ପୁଲଓ୍ବାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ।

@ANI

ABOUT THE AUTHOR

...view details